ଡ୍ରାଇଭରଙ୍କ ଆଖି ଲାଗିଗଲା: ରାସ୍ତା ତଳକୁ ଖସିଲା ବସ୍

Advertisment

ଗଜପତି ଜିଲ୍ଲାର ମାଣ୍ଡିମେରା ଗାଁ ନିକଟରେ ଗୁରୁବାର ପ୍ରତ୍ୟୁଷରେ ଏକ ବସ୍‌ ନିୟନ୍ତ୍ରଣ ହରାଇ ରାସ୍ତା ତଳକୁ ଖସି ପଡ଼ିଛି। ତେବେ ବସ୍‌ରେ ଥିବା ୨୨ ଜଣ ଯବାନ ଅଳ୍ପକେ ରକ୍ଷା ପାଇଛନ୍ତି...

ଗଜପତି ଜିଲ୍ଲାର ମାଣ୍ଡିମେରା ଗାଁ ନିକଟରେ ଗୁରୁବାର ପ୍ରତ୍ୟୁଷରେ ଏକ ବସ୍‌ ନିୟନ୍ତ୍ରଣ ହରାଇ ରାସ୍ତା ତଳକୁ ଖସି ପଡ଼ିଛି। ତେବେ ବସ୍‌ରେ ଥିବା ୨୨ ଜଣ ଯବାନ ଅଳ୍ପକେ ରକ୍ଷା ପାଇଛନ୍ତି...

Bus skidded off the road

Bus skidded off the road Photograph: (sambad.in)

ଗଜପତି:  ଗଜପତି ଜିଲ୍ଲାର ମାଣ୍ଡିମେରା ଗାଁ ନିକଟରେ ଗୁରୁବାର ପ୍ରତ୍ୟୁଷରେ ଏକ ବସ୍‌ ନିୟନ୍ତ୍ରଣ ହରାଇ ରାସ୍ତା ତଳକୁ ଖସି ପଡ଼ିଛି। ତେବେ ବସ୍‌ରେ ଥିବା ୨୨ ଜଣ ଯବାନ ଅଳ୍ପକେ ରକ୍ଷା ପାଇଛନ୍ତି।

ରିପୋର୍ଟ ଅନୁଯାୟୀ, ସକାଳ ପ୍ରାୟ ୫ଟା ସମୟରେ ମାଣ୍ଡିମେରା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। କୋରାପୁଟର ବାସିନ୍ଦା ଥିବା ଯବାନମାନେ ରଥଯାତ୍ରା ଡ୍ୟୁଟି ସାରି ପୁରୀରୁ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସେମାନଙ୍କୁ ନେଇ ଯାଉଥିବା ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା। 

ଅଧିକ ପଢ଼ନ୍ତୁ:ରାହୁଲଙ୍କ ସମାବେଶ ନେଇ ଚିନ୍ତାରେ କଂଗ୍ରେସ: ଷ୍ଟିଅରିଂ ଛାଡ ଆନ୍ଦୋଳନ ଯୋଗୁ ସମସ୍ୟା

ଡ୍ରାଇଭରଙ୍କ ଅସାବଧାନତା ଯୋଗୁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ରାସ୍ତା ତଳକୁ ବସ୍ ଖସିପଡ଼ିଥିଲା। ସୌଭାଗ୍ୟବଶତଃ, ବସ୍‌ରେ ଥିବା ସମସ୍ତ ଯବାନଙ୍କୁ ସ୍ଥାନୀୟ ଲୋକମାନେ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ।

ସ୍ଥାନୀୟ ଲୋକମାନେ ଘଟଣା ସମ୍ପର୍କରେ ଖବର ପାଇ ବସ୍‌ରୁ ଯବାନମାନଙ୍କୁ ଉଦ୍ଧାର କରିଥିଲେ। ବସ୍‌ଟି ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସମସ୍ତ ଯବାନ ସୁରକ୍ଷିତ ଅଛନ୍ତି।

ଅଧିକ ପଢ଼ନ୍ତୁ:ନନ୍ଦନକାନନରେ ନୂଆ ଅତିଥି: ଗୟଳ ଶାବକ ଜନ୍ମ

 Gajapati | Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe