ରାଜ୍ୟରେ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି: ପରିବହନ ମନ୍ତ୍ରୀ

Advertisment
ରାଜ୍ୟରେ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି: ପରିବହନ ମନ୍ତ୍ରୀ

image source- odishaassembly.nic.in

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ରାଜ୍ୟରେ ବସ୍ ଚଳାଚଳ ନେଇ ପରିବହନ ମନ୍ତ୍ରୀ ନିଜର ପ୍ରତିକ୍ରିୟାରେ ଏହି ସୂଚନା ଦେଇଛନ୍ତି । ବସ୍ ଚଳାଇବା ସମୟରେ କୋଭିଡ୍ ନିୟମ ମାନିବାକୁ କୁହାଯାଇଛି । ସିଟରେ କ୍ଷମତାଠାରୁ ଅଧିକ ଯାତ୍ରୀ ନେଇପାରିବେନି । ରାଜ୍ୟରେ କଟକଣା କୋହଳ ହୋଇଥିବାରୁ ଏବଂ ବସ ମାଲିକଙ୍କ ଟିକସ ଛାଡ଼ ସହ ଅନ୍ୟ ଦାବି ପୂରଣ କରାଯାଇଥିବାରୁ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ଅନଲକ୍ ୪.୦ ଲାଗି ଗାଇଡଲାଇନ ଜାରି କରିବାର ଦିନକ ପରେ ରାଜ୍ୟ ସରକାର ଅନଲକ ୪.୦ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ରାଜ୍ୟ ମଧ୍ୟରେ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ଲୋକମାନଙ୍କ ଓ ମାଲ ପରିବହନ ନେଇ କୌଣସି କଟକଣା ରହିବ ନାହିଁ । ଏସବୁ ପାଇଁ କୌଣସି ସ୍ୱତନ୍ତ୍ର ପ୍ରକାରର ପାସ, ଇ-ପାସ ଆବଶ୍ୟକ ପଡ଼ିବ ନାହିଁ । ସେପ୍ଟେମ୍ବର ୧ରୁ ରାଜ୍ୟ ମଧ୍ୟରେ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ବସ ଚଳାଚଳକୁ ଅନୁମତି ମିଳିବ । ଏହି ଗାଇଡଲାଇନ ଅନୁସାରେ ରାଜ୍ୟ ସରକାର ରାଜ୍ୟରେ କଟକଣାକୁ କିଛିଟା କୋହଳ କରିଛନ୍ତି । ଏଥିରେ ରାଜ୍ୟରେ ବସ୍ ଚଳାଚଳକୁ ବି ଅନୁମତି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe