ରାସ୍ତା ଦୁରାବସ୍ଥା ନେଇ ଧର୍ମଘଟ: ୨୪ ଘଣ୍ଟା ଗଡ଼ିଲାନି ଯାତ୍ରୀବାହୀ ବସ୍‌

Advertisment

ଆଗକୁ ଅନିର୍ଦିଷ୍ଟ କାଳ ପାଇଁ ଚକାବନ୍ଦ ଚେତାବନୀ

ଆଗକୁ ଅନିର୍ଦିଷ୍ଟ କାଳ ପାଇଁ ଚକାବନ୍ଦ ଚେତାବନୀ

ରାସ୍ତା ଦୁରାବସ୍ଥା ନେଇ ଧର୍ମଘଟ: ୨୪ ଘଣ୍ଟା ଗଡ଼ିଲାନି ଯାତ୍ରୀବାହୀ ବସ୍‌

ଢେଙ୍କାନାଳ/ଅନୁଗୁଳ : ଢେଙ୍କାନାଳ ଓ ଅନୁଗୁଳ ସହର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ରାସ୍ତା ସଂପ୍ରସାରଣ କାର୍ଯ୍ୟ ଶେ‌ଷ ହେଉ ନ ଥିବାରୁ ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ଗୁରୁବାର ଦିନ ଘରୋଇ ବସ୍‌ ମାଲିକ ସଂଘ ଦିନିକିଆ ପ୍ରତୀକାତ୍ମକ ଧର୍ମଘଟ କରିଥିଲେ। ଫଳରେ ଦୁଇ ଜିଲ୍ଲାର ପାଖାପାଖି ୩୦୦ରୁ ଯାତ୍ରୀବାହୀ ବସ୍‌ ଠିଆ ହୋଇରହିଥିଲା। ତୁରନ୍ତ ରାସ୍ତାର ଦୂରାବସ୍ଥା ଦୂରୀକରଣ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ସଂପୂର୍ଣ୍ଣ ଚକା ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠାରୁ ବସ୍‌ରେ କଳାପତାକା ଲଗାଇ ଗାଡ଼ି ଚଳାଚଳ କରିବ। ଜାନୁଆରି ପହିଲାରୁ ଚକଅଖ ବନ୍ଦ ରହିବ ବୋଲି ବସ୍‌ ମାଲିକ ସଂଘ କହିଛି।

ଗୁରୁବାର ସକାଳ ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଅନୁଗୁଳ, ତାଳଚେରରୁ ଢେଙ୍କାନାଳ, କଟକ ଓ ଭୁବନେଶ୍ବରକୁ ବସ୍‌ ଚଳାଚଳ ସଂପୂର୍ଣ୍ଣ ବନ୍ଦ କରାଯାଇଛି। ଆଗାମୀ ୭ ଦିନ ମଧ୍ୟରେ ରାସ୍ତା ନିର୍ମାଣ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଜାନୁଆରି ପହିଲାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରାଯିବ ବୋଲି ଢେଙ୍କାନାଳ ବସ୍‌ ମାଲିକ ସଂଘ ସଭାପତି ପ୍ରଭାକର ବେହେରା ପ୍ରକାଶ କରିଛନ୍ତି।

ଏ ସଂପର୍କରେ ଏନ୍ଏଚ୍ଆଇ ପିଡି ଶ୍ରୀନିବାସ ରାଓଙ୍କୁ ପଚାରିବାରୁ ସେ କହିଲେ, ରାସ୍ତା କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଉପର ମହଲରୁ କୌଣସି ଉତ୍ତର ଆସିନାହିଁ। ପୂର୍ବରୁ ରାସ୍ତା କାର୍ଯ୍ୟ ନେଇଥିବା ଠିକା ସଂସ୍ଥା ଗାୟତ୍ରୀ କନଷ୍ଟ୍ରକସନ୍‌କୁ ଗତ ଡିସେମ୍ବର ୧ରୁ ରାସ୍ତା ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe