ଜୁଲାଇ ୩୧ ଯାଏ ବସ୍‌ ଧର୍ମଘଟ ସ୍ଥଗିତ

ବାବା ସାହେବଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

Sambad

ଭୁବନେଶ୍ବର : ଜୁଲାଇ ୩୧ ପର୍ଯ୍ୟନ୍ତ ବସ୍‌ ଧର୍ମଘଟକୁ ସ୍ଥଗିତ ରଖିବାକୁ ରାଜ୍ୟ ବସ୍‌ ମାଲିକ ସଂଘ ନିଷ୍ପତ୍ତି ନେଇଛି। ରବିବାର ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ଆଲୋଚନା ପରେ ସୋମବାର ଦିନ ସଂଘର କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏଥିରେ ସର୍ବସମ୍ମତିକ୍ରମେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଓ ପରିବହନ ମନ୍ତ୍ରୀଙ୍କ ଅନୁରୋଧକୁ ରକ୍ଷା କରି ବସ୍‌ ଧର୍ମଘଟକୁ ଜୁଲାଇ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ସଂଘ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୨୦ତାରିଖ ମଧ୍ୟରେ ସଂଘର ଦାବି ଗୁଡ଼ିକ ପୂରଣ ନେଇ ମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ‌ବୈଠକ ଡାକି ଆଲୋଚନା କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ତେଣୁ ମନ୍ତ୍ରୀଙ୍କ ଅନୁରୋଧକୁ ସମ୍ମାନ ଜଣାଇ ବସ୍‌ ଧର୍ମଘଟ ସ୍ଥଗିତ ରଖାଗଲା।

ସୋମବାରର ଏହି କାର୍ଯ୍ୟକାରିଣୀ ବୈଠକରେ ସଂଘ ସଭାପତି ଲୋକନାଥ ପାଣି, ସମ୍ପାଦକ ଦେବେନ୍ଦ୍ର ସାହୁ, ‌କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ, ସହ କୋଷାଧ୍ୟକ୍ଷ ଅଜୟ ବାରିକ, ବିଭିନ୍ନ ଜୋନ୍‌ର ଉପସଭାପତି ମାନସ ରଂଜନ ପାତ୍ର, ଅକ୍ଷୟ ପଟ୍ଟନାୟକ, ଦେବବ୍ରତ ପଟ୍ଟନାୟକ, ସମ୍ପାଦକ କର୍ଣ୍ଣାକ କେଶରୀ ଦାସ, ଶ୍ରୀନିବାସ ପତି, ଦିଲ୍ଲୀପ ଚୌଧୁରୀ, ପ୍ରିୟବ୍ରତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe