ଘରୋଇ ବସ ବନ୍ଦର ପ୍ରଭାବ: ଗମନାଗମନ ପାଇଁ ଯାତ୍ରୀ ହନ୍ତସନ୍ତ

Advertisment
ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ : ୨୦ରୁ ବସ୍‌ ଚଳାଚଳ ବନ୍ଦ

ରାୟଗଡା: ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ନେଇ ଘନେଇଲା ବିବାଦ। ରାୟଗଡା ଜିଲ୍ଲାରେ ଆଜି ୧୨ ଘଣ୍ଟା ବନ୍ଦ ରହିଥିଲା ସମସ୍ତ ଘରୋଇ ବସ ଚଳାଚଳ। ଚଳିତ ମାସରୁ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ଅନେକ ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ ବୋଲି ଜଣାପଡିଛି। ଯାହାକୁ ନେଇ ରାଜ୍ୟ ସରକାର ଅନେକ ଜିଲ୍ଲାକୁ ଏହି ବସ ଗୁଡିକ ପଠାଇଛନ୍ତି। ଆଜିଠାରୁ ରାଜ୍ୟ ସାରା ଏହି ଲକ୍ଷ୍ମୀ ବସ ଗଡିବ। ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ବ୍ଲକ ଠାରୁ ଆରମ୍ଭ କରି ମୁଖ୍ୟ ଜିଲା କାର୍ଯ୍ୟାଳୟ ଓ ପରେ ରାଜ୍ୟ ରାଜଧାନୀକୁ ମଧ୍ୟ ଗଡିବ ଏହି ବସ। ଯାହାକୁ ନେଇ ଏବେ ଅବିଭକ୍ତ କୋରାପୁଟ ଜିଲ୍ଲା ଘରୋଇ ବସ ମାଲିକ ସଂଘ ତରଫରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ଏନେଇ ଆଜି ରାୟଗଡ଼ା ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଲଛି। ଶହ ଶହ ଯାତ୍ରୀ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ନିମନ୍ତେ ବସକୁ ଅପେକ୍ଷା କରି ବସିଥିବା ଦେଖିବାକୁ ମିଳିଛି। ଆଗରୁ ମଧ୍ୟ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଅନେକ ଯୋଜନା କରିଥିଲେ ଯେପରି ବିଜୁ ଗାଁ ଗାଡି, ମୋ ବସ ଏଗୁଡିକର ରକ୍ଷଣାବେକ୍ଷଣ ଅଭାବରୁ ଖତ ଖାଉଛି।

ଏହି ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ ହେଲେ ସାଧାରଣ ଜନତାଙ୍କ ପାଇଁ ଏହା କେତେ ସଫଳ ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି। ରାଜ୍ୟ ସରକାରଙ୍କର ଲକ୍ଷ୍ମୀ ଯୋଜନାକୁ ନେଇ ଆଜି ରାୟଗଡା ଜିଲ୍ଲାର ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ସମସ୍ତ ଘରୋଇ ବସ ଚଳାଚଳ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଯାହାଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଆଜିର ଏହି ବନ୍ଦ ପାଳନରେ ରାଜ୍ୟ ସରକାରଙ୍କର କୌଣସି କ୍ଷତି ହେବନାହିଁ କାରଣ ବିଗତ ଦିନରେ ରାଜ୍ୟ ସରକାରଙ୍କ ନିକଟରେ ପାଚିକା, ଶିକ୍ଷକ ଏବଂ ଅଙ୍ଗନବାଡ଼ି କର୍ମୀମାନେ ସେମାନଙ୍କର ଦାବିନେଇ ରାଜରାସ୍ତାକୁ ଓହ୍ଲାଇ ଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଇନଥିଲେ ବୋଲି ଯାତ୍ରୀ ସୁଶିଳା ସାହୁ ଓ ଗୀତାଞ୍ଜଳି ଦାସ ପ୍ରକାଶ କରିଛନ୍ତି। ବସ ବନ୍ଦ ଯୋଗୁଁ ଅଟୋ ଚାଳକମାନଙ୍କର ଫାଇଦା ହେଉଥିବା ଦେଖିବାକୁ ମିଳିଥିଲା। ଯାତ୍ରୀମାନେ ନିଜର ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଦୁଇଗୁଣ ଭଡା ଦେଉଥିବା ଲକ୍ଷ୍ୟ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe