ଆସନ୍ତାକାଲି ଗଡିବନି ବସ, ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ

ବଢ଼ିଲା ବସ୍‌ ଭଡ଼ା, ଡିଜେଲ୍‌ରେ ରିହାତି ଦେବାକୁ ଦାବି

odishastory.com

ଭୁବନେଶ୍ୱର: ଦରଦାମ ବୃଦ୍ଧି, ବେକାରୀ , ନିଯୁକ୍ତି ସମେତ ୧୨ ଦଫା ଦାବି ନେଇ ବନ୍ଦ ଡାକରା ଦେଇଛନ୍ତି ଶ୍ରମିକ ସଂଗଠନ । ଆସନ୍ତାକାଲି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ପାଇଁ ଗଡ଼ିବନି ବସ୍ । କାଲି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ ରହିବ । ସନ୍ଧ୍ୟା ୬ଟା ପରେ ବସ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ସୂଚନା ଦେଇଛନ୍ତି | ତେବେ ଭାରତ ବନ୍ଦକୁ ବିଜେଡ଼ି ସମର୍ଥନ କରିବ ନାହିଁ ବୋଲି ଚର୍ଚ୍ଚା ହେଉଛି  | ଆସନ୍ତାକାଲି ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବାରୁ ଦଳ ବନ୍ଦକୁ ସମର୍ଥନ କରୁ ନଥିବା ଦର୍ଶାଉଛି ।

publive-image drivespark

ଅନ୍ୟପଟେ ଆସନ୍ତାକାଲି ଭାରତ ବନ୍ଦକୁ ସେ ସମର୍ଥନ କରୁଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପୂର୍ବରୁ ବନ୍ଦକୁ କଂଗ୍ରେସ ସମର୍ଥନ ଘୋଷଣା କରିସାରିଥିବା ବେଳେ ଆଜି ମନ୍ତ୍ରୀ ଗଣମାଧ୍ୟମରେ ତାଙ୍କ ମତ ସ୍ପଷ୍ଟ କରିଛନ୍ତି ।

ଏଠାରେ ସୂଚନା ଥାଉ କି ୨୪ ଘଣ୍ଟିଆ ଭାରତ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେବାକୁ ବିଜୁ ଜନତା ଦଳର ସମର୍ଥନ ଲୋଡ଼ିଥିଲେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ। ବନ୍ଦକୁ ସମର୍ଥନ ଦେବା ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଗତ ୪ଦିନ ତଳୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ମାତ୍ର ଏଯାବତ୍ କୌଣସି ସ୍ପଷ୍ଟ ସୂଚନା ଦଳ ପକ୍ଷରୁ ଦିଆଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe