ଜୁଲାଇ ମାସରେ ବସ୍‌ ଟିକସ ଛାଡ଼

Advertisment
ମାଓବାଦୀଙ୍କ ସହିଦ୍‌ ସପ୍ତାହ, ସବୁ ରୁଟ୍‌ରେ ସରକାରୀ ବସ୍‌ ବନ୍ଦ

India TV News

ଭୁବନେଶ୍ବର : ରାଜ୍ୟ ସରକାର ଜୁଲାଇ ମାସ ପାଇଁ ମୋଟର ଯାନ ଟିକସ ଛାଡ଼ କରିଛନ୍ତି। ସମସ୍ତ ଯାତ୍ରୀବାହୀ ମୋଟର ଯାନ ଓ ଶିକ୍ଷାନୁଷ୍ଠାନର ବସ୍‌ଗୁଡ଼ିକର ଟିକସ ନିଆଯିବ ନାହିଁ। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ ରାଜ୍ୟରେ କୋଭିଡ୍ କଟକଣା ଯୋଗୁ ବସ୍ ଚଳାଚଳ ବନ୍ଦ ରହିଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ଏପ୍ରିଲ୍‌, ମେ’ ଓ ଜୁନ୍ ମାସର ମୋଟର ଯାନ ଟିକସ ଛାଡ଼ କରାଯାଇଥିଲା। ଜୁଲାଇ ମାସରେ ମଧ୍ୟ ବହୁ ଜିଲ୍ଲାରେ ବସ୍‌ ଚଳାଚଳ ବନ୍ଦ ରହିଛି। ତେଣୁ ସରକାର ଜୁଲାଇ ମାସର ଟିକସ ମଧ୍ୟ ଛାଡ଼ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe