ବସ୍‌ ଟିକସ ଛାଡ଼ ଉପରେ ବିଚାର ହେଉଛି: ମନ୍ତ୍ରୀ

Advertisment
ବସ୍‌ ଟିକସ ଛାଡ଼ ଉପରେ ବିଚାର ହେଉଛି: ମନ୍ତ୍ରୀ

Ommcom News

ଭୁବନେଶ୍ବର : ଜୁଲାଇରୁ ସେପ୍ଟମ୍ବର ମାସ ଯାଏ ବସ୍‌ ଟିକସ ଛାଡ଼ କରିବାକୁ ବସ୍‌ ମାଲିକ ସଂଘ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖିଥିଲା। ଏହି ଦାବି ଉପରେ ବିଚାର କରାଯାଉଛି ବୋଲି ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଟିକସ ଛାଡ଼ ସହ ଅନ୍ୟାନ୍ୟ ସୁବିଧା ଦେବା ପ୍ରସଙ୍ଗ ମଧ୍ୟ ସରକାରଙ୍କ ବିଚାରାଧୀନ ଅଛି ବୋଲି ମନ୍ତ୍ରୀ କହିଛନ୍ତି। ବସ୍‌ ଚଳାଚଳ ପ୍ରସଙ୍ଗରେ ଶ୍ରୀ ବେହେରା କହିଛନ୍ତି, ‘କାଟାଗୋରି ଏ’ରେ ଥିବା ୨୦ଟି ଜିଲ୍ଲାରେ ବସ୍‌ ଚଳାଚଳ ପାଇଁ ଅନୁମତି ମିଳିଛି। କିନ୍ତୁ ଅନ୍ୟ ଜିଲ୍ଲାଗୁଡ଼ିକରେ ଚଳାଚଳ ବନ୍ଦ ଥିବାରୁ ୨୦ଟି ଜିଲ୍ଲାରେ ବସ୍ ସେବା ସ୍ବାଭାବିକ ହୋଇପାରୁନି। ଲକ୍‌ଡାଉନ୍ ଉଠିଲା ପରେ ବସ୍‌ ଚଳାଚଳ ଯେପରି ସ୍ବାଭାବିକ ହେବ, ସେ ଦିଗରେ ପଦକ୍ଷେପ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe