ବସ-ଟ୍ରକ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଦୁର୍ଘଟଣାରେ ୭ ଭୂଷଣ କର୍ମଚାରୀ ମୃତ

ଝାରସୁଗୁଡ଼ା : ଶୁକ୍ରବାର ଝାରସୁଗୁଡ଼ାରେ ବସ୍‌-ହାଇୱା ଧକ୍କାରେ ମୃତ୍ୟୁ ଘଟିଥିବା ଜେଏସ୍‌ଡବ୍ଲୁ ଭୂଷଣ କାରଖାନାର କର୍ମଚାରୀମାନଙ୍କ ଶବ ବ୍ୟବଚ୍ଛେଦ ପରେ ଶନିବାର ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ସେହିପରି ବୁର୍ଲା ଭିମସାରରେ ଚିକିତ୍ସିତ ବିକାଶ କୁମାରଙ୍କ ଦିନ ସାଢ଼େ ୧ଟାରେ ମୃତ୍ୟୁ ହେବା ଫଳରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ବୁର୍ଲାରେ ବାକି ୪ ଜଣଙ୍କ ମୃତ ଦେହ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରଙ୍କୁ ଦିଆଯାଇଥିବା ବୁର୍ଲା ପ୍ରତିନିଧିଙ୍କଠାରୁ ପ୍ରକାଶ।

ମୃତକମାନେ ସମସ୍ତେ ବାହାର ରାଜ୍ୟର ହୋଇଥିବା ବେଳେ ସମସ୍ତ ମୃତଦେହକୁ ସ୍ବତନ୍ତ୍ର ଗାଡ଼ିରେ ତାଙ୍କ ନିଜ ନିଜ ଗାଁକୁ ପଠାଯାଇଛି। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ଆଉ ଜଣେ ଆହତ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ସିଡିଏମ୍‌ଓ ଡା. ଡୋଳାମଣି ପଟେଲ କହିଛନ୍ତି। ବୁର୍ଲା ଓ ଝାରସୁଗୁଡ଼ା ସମଲେଶ୍ବରୀ ହସପିଟାଲରେ ଆଉ ୮/୧୦ ଜଣ ଚିକିତ୍ସାଧୀନ ଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe