ଝାରସୁଗୁଡ଼ା: ଝାରସୁଗୁଡ଼ା-ବିଜୁ ଏକ୍ସପ୍ରେସ ୱେ ରାସ୍ତାର ନିଖିଲ ଢାବା ନିକଟରେ ଏକ ଟ୍ରକ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି। ମୃତାହତଙ୍କ ସଂଖ୍ୟା ଅଧିକ ହେବ ବୋଲି ଜଣାପଡ଼ିଥିବାବେଳେ ୨୦ରୁ ଅଧିକ ଗୁରୁତର ହୋଇଛନ୍ତି। ଜେଏସ୍ଡବ୍ଲୁ ଭୂଷଣ କାରଖାନାରୁ ଝାରସୁଗଡ଼ାକୁ କର୍ମଚାରୀ ମାନଙ୍କୁ ନେଇ ଫେରୁଥିବା ଏକ ବସ( ଓଡି୨୩ଏମ୍ ୮୧୩୧) ଓ ଏକ କୋଇଲା ବୋଝେଇ ହାଇୱା( ଓଆର୍ ୧୬ ଜି୦୯୫୦) ମଧ୍ୟରେ ଏହି ଦୁର୍ଘଟଣା ଘଟିଛି।
/sambad/media/post_attachments/wp-content/uploads/2022/09/4-12.jpg)
ହାଇୱାଟି ଭୁଲ ରାସ୍ତାରେ ଯାଇ ବସ୍କୁ ଘସି ଦେବାରୁ ବସ୍ରଛାତ ଓ କଭର ଚିରି ହୋଇ ଯାଇଛି। ଏଥିରେ ଥିବା ପ୍ରାୟ ସମସ୍ତ କର୍ମଚାରୀ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୩ ଜଣଙ୍କ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଗୁରୁତର ଆହତଙ୍କ ମଧ୍ୟରୁ ୮ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। କିଛି ଆହତ ସମଲେଶ୍ବରୀ ମେଡିକାଲରେ ମଧ୍ୟ ଚିକିତ୍ସିତ ହେଉଥିବା ଜଣାଯାଇଛି। ଜିଲ୍ଲାପାଳ ସାରୋଜ କୁମାର ସାମଲ ମୁଖ୍ୟ ଡାକ୍ତରଖାନା ଯାଇ ଚିକିତ୍ସା ବ୍ୟବସ୍ଥା ତଦାରଖ କରୁଛନ୍ତି। ମୃତକ ମାନେ ହେଲେ ରାଜେନ୍ଦ୍ର ତିୱାରୀ, ସେର ବାହାଦୂର,ବ୍ରିଜପାଲ ସିଂହ, ପଙ୍କଜ ଝା, ବିକାଶ କୁମାର ଏବଂ ଆଉ ଜଣଙ୍କ ନାମ ଜଣାପଡ଼ିନାହିଁ ବୋଲି ପ୍ରାଥମିକ ରିପୋର୍ଟରୁ ସଦର ଆଇଆଇସି ଜଣାଇଛନ୍ତି।
Follow Us