୮ ମାସ ହେଲା ବେପାର ବନ୍ଦ, ଜରାଜୀର୍ଣ୍ଣ ଅବସ୍ଥାରେ ହାଟପଦା

୮ ମାସ ହେଲା ବେପାର ବନ୍ଦ, ଜରାଜୀର୍ଣ୍ଣ ଅବସ୍ଥାରେ ହାଟପଦା

ଘୁ.ଉଦୟଗିରି: ଆଦିବାସୀ ଅଧ୍ୟୁଷିତ ଘୁ.ଉଦୟଗିରି, ରାଇକିଆ, ଟିକାବାଲି ଓ ଚକାପାଦ ଅଂଚଳରେ ନିୟମିତ ସାପ୍ତାହିକ ହାଟ ବ୍ୟବସାୟ କରି ନିଜ ନିଜ ପରିବାର ପ୍ରତିପୋଷଣ କରୁଥିବା କ୍ଷଦ୍ର ହାଟ ବ୍ୟବସାୟୀ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇ ଦୁର୍ଦ୍ଦଶାରେ କାଳାତିପାତ କରୁଥିବା ଜଣାପଡିଛି। ସପ୍ତାହରେ କିଛି ନ ହେଲେ ପାଞ୍ଚ ଦିନ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଥିବା ସାପ୍ତାହିକ ହାଟକୁ ଯାଇ ବ୍ୟବସାୟ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ହାଟ ବେପାରୀ ଚିନ୍ତାରେ ଭାଙ୍ଗି ପଡିଛନ୍ତି। ରାଇକିଆରେ ସୋମବାର, ଘୁ.ଉଦୟଗିରିରେ ଶନିବାର , ଟିକାବାଲିରେ ଶୁକ୍ରବାର, ଚକାପାଦରେ ବୁଧବାର , ପାବୁରିଆରେ ରବିବାର ଦିନ ସାପ୍ତାହିକ ହାଟ ଅନୁଷ୍ଠିତ ହୋଇଥାଏ।ଏହି ସବୁ ହାଟରେ ସମସ୍ତ ପ୍ରକାରର ସାମଗ୍ରୀ ଯଥା ରାସନ ସାମଗ୍ରୀ, ରେଡ଼ିମେଡ ଲୁଗା, ପରିବା, ଶୁଖୁଆ, ବନଜାତ ସାମଗ୍ରୀ, ମନୋହର ସାମଗ୍ରୀ, ଛେଳି , ଗାଈ ଓ ଗୋରୁ ବିକ୍ରି ହୋଇଥାଏ।

ବହୁ ସଂଖ୍ୟାରେ ହାଟ ବ୍ୟବସାୟୀ ଏହି ସବୁ ସାପ୍ତାହିକ ହାଟକୁ ଆସି ଲାଭବାନ ହୋଇଥାନ୍ତି। ହାଟ ବ୍ୟବସାୟ ୮ମାସ ହେଲା ବନ୍ଦ ଯୋଗୁଁ ହାଟ ବ୍ୟବସାୟୀ ନିଜ ବେପାର ହରାଇ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। କଟକଣ‌ା କୋହଳ ପରେ ସବୁ ଖୋଲଗଲା, ସମସ୍ତଙ୍କୁ ଆର୍ଥିକ ସାହାଯ୍ୟ ମିଳିଲା। ହେଲେ ସରକାର ହାଟ ବ୍ୟବସାୟୀଙ୍କ କଥା ଭୁଲିଗଲେ। ନା' କୌଣସି ଆର୍ଥିକ ସାହାଯ୍ୟ କଲେ କିମ୍ବା ହାଟ ଖୋଲି ବ୍ୟବସାୟ ନିମନ୍ତେ ସୁଯୋଗ ସୃଷ୍ଟି କଲେ। ଟିକେ ଚିନ୍ତା ବି କଲେନି ହାଟ ବ୍ୟବସାୟୀଙ୍କ କଥା। ଦିନ ଥିଲା ହାଟରେ ଲୋକ ଗହଳି ଲାଗୁଥିଲା ସ୍ୱର ଶବ୍ଦରେ କମ୍ପୁଥିଲା କୋଳାହଳ ମଧ୍ୟରେ ଚାଲୁଥିଲା ବେପାର ଏବେ ହାଟ ଖାଁ ଖାଁ ।ଆଉ ଶୁଭୁନି ହାଟ ବେପାରୀଙ୍କ ସ୍ୱର ଆଠ ମାସ ହାଟ ବନ୍ଦ ହେବା ଫଳରେ ସ୍ଥାନୀୟ ହାଟ ପ୍ରାଙ୍ଗଣର ଅବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି। ସମ୍ମୁଖ ପାଚେରି ଭୁଶୁଡି ଗଲାଣି। ହାଟ ପ୍ରାଙ୍ଗଣରେ ଅନାବନା ଗଛ ଉଠି ଜଙ୍ଗଲ ସୃଷ୍ଟି ହୋଇଗଲାଣି। ରକ୍ଷଣାବେକ୍ଷଣ ଅଭାବରୁ ସବୁ ଗୃହ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଗଲଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe