ପୁଲିସ ଗୁଳିରେ ବ୍ୟବସାୟୀ ଗୁରୁତର : ବନ୍ଧୁକ, ଖୋକା ଜବତ, କେନ୍ଦୁଝରରୁ କନ୍‌ଷ୍ଟେବଳ ସମେତ ୫ ଅଟକ

ପୁଲିସ ଗୁଳିରେ ବ୍ୟବସାୟୀ ଗୁରୁତର : ବନ୍ଧୁକ, ଖୋକା ଜବତ, କେନ୍ଦୁଝରରୁ କନ୍‌ଷ୍ଟେବଳ ସମେତ ୫ ଅଟକ

News State

କଟକ/କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଜଣେ ଏସ୍‌ଡିପିଓଙ୍କ ସୁରକ୍ଷାକର୍ମୀର ଗୁଳିମାଡ଼ରେ ଯୁବ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି। କଲେଜ ଛକରେ ଥିବା ଏକ ହୋଟେଲ୍‌ରେ ଗୁଳିମାଡ଼ ହୋଇଛି। ଆହତ ବ୍ୟବସାୟୀ ହେଉଛନ୍ତି କଟକ ସୂତାହାଟ ଅଞ୍ଚଳର କେ. ସୁନିଲ(୨୫)। ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ କନ୍‌ଷ୍ଟେବଳ କେନ୍ଦୁଝରର ଟିକେଶ୍ବର ମହନ୍ତ(ସୁରକ୍ଷାକର୍ମୀ)ଙ୍କ ସମେତ ୫ ଜଣଙ୍କୁ କେନ୍ଦୁଝରରୁ ଆଜି ଅଟକ ରଖି କଟକ ଆଣୁଛି। ଟିକେଶ୍ବରଙ୍କ ନିକଟରୁ ସର୍ଭିସ୍‌ ରିଭଲଭର‌୍‌ ଏବ˚ ହୋଟେଲ୍‌ରୁ ଖୋକା ପୁଲିସ ଜବତ କରିଛି। ଅନ୍ୟପଟେ ଏଭଳି ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଅଭିଯୁକ୍ତ କନ୍‌ଷ୍ଟେବଳକୁ କେନ୍ଦୁଝର ଜିଲ୍ଲା ଏସ୍‌ପି ଚାକିରିରୁ ନିଲମ୍ବନ କରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ବଡ଼ବିଲ୍‌ ଏସ୍‌ଡିପିଓଙ୍କ ସୁରକ୍ଷାକର୍ମୀ ଟୁରମୁଙ୍ଗା ଥାନା ଭଅଁରପୁରର ଟିକେଶ୍ବର(୩୧) ସମେତ ୩ ଜଣ ଗଲା ୨୫ ତାରିଖରେ ଜଣେ ଅସୁସ୍ଥ ରୋଗୀଙ୍କ ଚିକିତ୍ସା ପାଇଁ କଟକ ଆସିଥିଲେ। ଏମାନେ ସମସ୍ତେ କଲେଜ ଛକରେ ଥିବା ଏକ ହୋଟେଲ୍‌ରେ ଥିଲେ। ସେଦିନ ସନ୍ଧ୍ୟାରେ ସେହି ହୋଟେଲ୍‌କୁ ସୂତାହାଟର ଜଣେ ବ୍ୟବସାୟୀ କେ. ସୁନିଲ (୨୫) ହୋଟେଲ୍‌ ମାଲିକଙ୍କ ସହିତ ବ୍ୟାବସାୟିକ ଆଲୋଚନା କରିବାକୁ ଯାଇଥିଲେ। ସେ ବିଭିନ୍ନ ପାର୍ଟିରେ କକ୍‌ଟେଲ୍‌ ଓ ପାନ ଯୋଗାନ୍ତି। ଏହି ସମୟରେ ପୂର୍ବରୁ ହୋଟେଲରେ ଥିବା ଟିକେଶ୍ବର ଏବ˚ ଅନ୍ୟ ଦୁଇଜଣଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ହୋଇଥିଲା। ଟିକେଶ୍ବର ନିଜ ସର୍ଭିସ୍‌ ରିଭଲଭରରୁ ଗୋଟିଏ ରାଉଣ୍ତ ଗୁଳି ଚଳାଇଥିଲେ। ଏହି ଗୁଳି ସୁନିଲଙ୍କ ପେଟରେ ବାଜିଥିଲା। ଘଟଣାସ୍ଥଳରେ ସୁନିଲ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ହୋଟେଲ୍‌ କର୍ମଚାରୀଙ୍କ ପକ୍ଷରୁ ବଡ଼ ମେଡିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏବେ ସୁନିଲ ମେଡିକାଲ୍‌ର ସର୍ଜରି ଵାର୍ଡରେ ଚିକିତ୍ସିତ ହେଉଛନ୍ତି।

ଏଭଳି ଗୁଳିକାଣ୍ତ ସମ୍ପର୍କରେ ସୁନିଲଙ୍କ ଭିଣୋଇ କେ. ଶଙ୍କର ମାଲାଗୋଦାମ ଥାନାରେ ଗଲାକାଲି ସନ୍ଧ୍ୟାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଦଫା ୩୦୭, ୩୪ ଏବ˚ ଅସ୍ତ୍ରଶସ୍ତ୍ର ନିରୋଧ ଆଇନର ଧାରା ୨୫ ଓ ୨୭ରେ ଏକ ମାମଲା(କେସ୍‌ ନ˚ ୪୨/୨୦୨୦) ରୁଜୁ କରିଥିଲା। ଆଜି ଏହି ଗୁଳିମାଡ଼ ଘଟଣାରେ ୩ ଜଣଙ୍କୁ ମାଲ୍‌ଗୋଦାମ ଥାନା ପୁଲିସ କେନ୍ଦୁଝରରୁ ଗିରଫ କରିଥିବା ସୂଚନା ମିଳିଛି। ଅନ୍ୟପଟେ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି ଯେ, ତାଙ୍କୁ ମାଲ୍‌ଗୋଦାମ ଥାନାର ଏକ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗିରଫ କରାଯାଇଛି। ଏହା ପରେ ତାଙ୍କୁ ନିଲମ୍ବନ କରାଯାଇଥିବା ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe