ଅଜଣା ଗାଡ଼ି ଧକ୍କାରେ ଯୁବ ବ୍ୟବସାୟୀ ମୃତ

ଚୁନା ଘାଟିରେ ସିରିଜ୍ ଦୁର୍ଘଟଣା: ଜଣେ ମୃତ, ଛଅ ଗୁରୁତର

Greater Kashmir

ନୂଆପଡ଼ା: ନୂଆପଡ଼ା ଥାନା ଲୁକୁପାଲି ଛକ ୩୫୩ ନମ୍ବର ଜାତୀୟ ରାଜପଥରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଲଖନା ଗାଁର ମନିଷ ଜୈନ(୩୬)। ମନିଷ ଖରିଆର ରୋଡ଼ ସହରରେ ଏକ ଦୋକାନ ଦେଇଥିଲେ। ସୋମବାର ରାତି ପ୍ରାୟ ୮ଟାରେ ମନିଷ ଦୋକାନ ବନ୍ଦ କରି ଘରକୁ ନିଜ ବାଇକରେ ଫେରୁଥିଲେ। ଲୁକୁପାଲି ଛକ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ମନିଷଙ୍କ ମୁଣ୍ତରେ ଗଭୀର କ୍ଷତ ଲାଗିବାରୁ ଗୁରୁତର ହୋଇଥିଲେ। ଖବର ପାଇ ନୂଆପଡ଼ା ଥାନା ଏସ୍‌ଆଇ ଜ୍ୟୋତିରଂଜନ ସେନାପତି ଓ ଗୃହରକ୍ଷୀ ଶରତ ହଂସ ଘଟଣାସ୍ଥଳରେ ପହ‌ଂଚି ତାଙ୍କୁ ଆମ୍ବୁଲାନ୍ସରେ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମନିଷଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରି ତଦନ୍ତ ଚଳାଇଛି। ମଙ୍ଗଳବାର ଦିନ ବ୍ୟବଚ୍ଛେଦ କରି ପରିବାରଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ସୂଚନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe