ନିଜ ବନ୍ଧୁକରୁ ଗୁଳିକରି ବ୍ୟବସାୟୀଙ୍କ ଆତ୍ମହତ୍ୟା

Advertisment
ନିଜ ବନ୍ଧୁକରୁ ଗୁଳିକରି ବ୍ୟବସାୟୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ: ସଦର ଥାନା ଅଞ୍ଚଳର ଜଣେ ବ୍ୟବସାୟୀ ଆଜି ସନ୍ଧ୍ୟାରେ ନିଜ ବନ୍ଧୁକରେ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟବସାୟୀ ହେଲେ ବଳରାମ ସାହୁ(୬୨)।

ସୂଚନା ଅନୁସାରେ ବ୍ୟବସାୟୀ ବଳରାମ ସାହୁ ଆଜି ସନ୍ଧ୍ୟାରେ କାଲଟ୍ୟାକ୍ସ ଛକସ୍ଥିତ ନିଜ ଘର ସମ୍ମୁଖରେ ଗୁଳିକରି ଟଳି ପଡ଼ିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହକୁ ଜବତ କରିଛି।

ତେବେ ବଳରାମ ସାହୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କିଛି ଘଟିଛି ତାହା ଜଣାପଡ଼ି ନାହିଁ। ଦୁଇ ପୁଅ ଘରେ ନଥିବା ବେଳେ ବଡ଼ ବୋହୂ ଓ ଦୁଇ ନାତୁଣୀ ଘରେ ଥିଲେ। ବଳରାମଙ୍କ ସଦର ଥାନା ଗୁଣଦେଇପୁର, ନମିଚିରାରେ କ୍ରସର ସହ ଗୁଣିଦେଇପୁରରେ ଇଟା ଫ୍ୟାକ୍ଟ୍ରି ରହିଛି। ସ୍ଥାନୀୟ ଅଞ୍ଚଳରେ ସେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ  ଭାବେ ଜଣାଶୁଣା ଥିବା ବେଳେ ତାଙ୍କର ଏପରି ମୃତ୍ୟୁକୁ ସହରବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସହରରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe