India Today
ବାଲେଶ୍ବର: ବାଲେଶ୍ବର ସଦର ଥାନା ଅଞ୍ଚଳରେ ଗତକାଲି ଜଣେ ଲୋକ ନିଜ ଘରେ ଶୋଇଥିବା ବେଳେ ନିଆଁରେ ଜଳିଯିବା ଘଟଣା ସେଠାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ବର ସଦର ଥାନାର ପାରିକୁଦ ଗାଁର ଶୁକ ଭାରତୀ(୪୫) ଗତ କିଛି ବର୍ଷ ହେବ ସୁନ୍ଦରୀ ଗାଁରେ ଘର କରି ସପରିବାର ରହୁଥିଲେ। ସେ ମାଛ ଏବଂ ଚିଙ୍ଗୁଡ଼ି ଜାଆଁଳ ବ୍ୟବସାୟ କରୁଥିଲେ।ତାଙ୍କର ସ୍ତ୍ରୀ ଏବଂ ଗୋଟିଏ ପୁଅ ଏବଂ ଝିଅ ଅଛନ୍ତି। ପୁଅ ହଷ୍ଟେଲରେ ରହି ପାଠ ପଢ଼େ। ଗତକାଲି ରାତି ପ୍ରାୟ ୨ଟା ବେଳେ ଅନ୍ୟ ଏକ ଘରେ ଶୋଇଥିବା ଶୁକ ଭାରତୀଙ୍କ ସ୍ତ୍ରୀ ସତ୍ୟବତୀ ଏବଂ ଝିଅ ମାମା ହଠାତ ଚିତ୍କାର ଶୁଣିବାକୁ ପାଇଥିଲେ।
ସେଦୁହେଁ ତତକ୍ଷଣାତ୍ ଉଠି ଦେଖନ୍ତି ତ ଶୁକ ଭାରତୀଙ୍କ ଦେହରେ ନିଆଁ ଲାଗିଯାଇଛି। ସେମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମାତ୍ର ରେ ନିଆଁରେ ଜଳିଗଲେ କୁଶ ଭାରତୀ। ଘଟଣାସ୍ଥଳରେ ହିଁ ଶୁକ ଭାରତୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିଲେ ବି ସର୍ଟସର୍କିଟ ଯୋଗୁଁ ଏଭଳି ଘଟଇଥିବା କୁହାଯାଉଛି। କିନ୍ତୁ ଏହାକୁ ସହଜରେ ଗ୍ରହଣ କରୁନାହାନ୍ତି ଶୁକଙ୍କ ପରିବାର।
Follow Us