ଋଣଭାର ସହି ନ ପାରି ବ୍ୟବସାୟୀଙ୍କ ଆତ୍ମହତ୍ୟା

Advertisment
ମୋବାଇଲ୍‌ ପାଇଁ ଜୀବନ ଗଲା! ମାଆଙ୍କ ତାଗିଦ୍‌ ପରେ ଛାତ୍ରୀଙ୍କ ଆତ୍ମହତ୍ୟା

www.google.com

ବୋର୍ଡ଼ା : ଭବାନୀପାଟଣା ସଦର ବ୍ଲକ୍‌ ବୋର୍ଡ଼ା ଫାଣ୍ଡି ଅନ୍ତର୍ଗତ ନୂଆପଡ଼ାରେ ସୋମବାର ଅପରାହ୍ଣରେ ଏକ ଅଭାବନୀୟ ଘଟଣା ଘଟିଛି। ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରୁ ଆଣିଥିବା ଋଣ ଅର୍ଥ ସୁଝି ନପାରି ଗାଁର ଜଣେ ବ୍ୟବସାୟୀ ଦେବାର୍ଚ୍ଚନ ସାହୁ (୫୦) ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଗ୍ରାମବାସୀ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବୋର୍ଡ଼ା ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ପଠାଇଥିଲେ।

ପରିବାର ଲୋକ ଓ ଗ୍ରାମବାସୀଙ୍କ କହିବା ଅନୁଯାୟୀ ମୃତକ ଦେବାର୍ଚ୍ଚନଙ୍କ ସ୍ତ୍ରୀ ଓ ପରିବାର ବିଭିନ୍ନ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ କରିଥିଲେ। ସେ ଜଣେ ଛୋଟ ବ୍ୟବସାୟୀ ହୋଇଥିବାରୁ ଅର୍ଥ ଲଗାଣକାରୀ ସଂସ୍ଥାର ସାପ୍ତାହିକ ଓ ମାସିକ କିସ୍ତି ଶୁଝିବା ତାଙ୍କ ପକ୍ଷରେ ସମ୍ଭବ ହୋଇନଥିଲା। ସେ ପ୍ରାୟତଃ ସବୁବେଳେ ମାନସିକ ଚାପରେ ରହୁଥିଲେ। ଅର୍ଥ ଲଗାଣକାରୀ ସଂସ୍ଥାର ଏଜେଣ୍ଟମାନଙ୍କ ତାଗିଦ ଓ ଚାପ ଆଗରେ ସେ ବ୍ୟତିବ୍ୟସ୍ତ ହୋଇ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତେବେ ସମ୍ପୃକ୍ତ ଅର୍ଥ ଲଗାଣକାରୀ ସଂସ୍ଥାମାନଙ୍କର ଚୁକ୍ତି ଅନୁଯାୟୀ ଦେବାର୍ଚ୍ଚନଙ୍କ ପରିବାରକୁ ବୀମା ରାଶି ପ୍ରଦାନ ସହ ତାଙ୍କ ସ୍ତ୍ରୀଙ୍କୁ ଋଣ ମୁକ୍ତ କରିବା ପାଇଁ ଭବାନୀପାଟଣା ବ୍ଲକ୍‌ ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ, ଜିଲ୍ଲାପରିଷଦ ସଦସ୍ୟ ହୃଦାନନ୍ଦ ସାହୁ ଓ ବୋର୍ଡ଼ା ସରପଞ୍ଚ ରୀନାରାଣୀ ଜାଲ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe