ଡାଲି ବ୍ୟବସାୟୀଙ୍କୁ ଗଳାକାଟି ହତ୍ୟା

ଯୁବକଙ୍କୁ ଅପହରଣ ପରେ ହତ୍ୟା

The Hans India

ବରଗଡ଼: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଏକ ନମ୍ବର ୱାର୍ଡରେ ଦିନ ଦ୍ୱିପ୍ରହରରେ ହତ୍ୟାକାଣ୍ଡ ଘଟିଛି। ରବିବାର ଜଣେ ଡାଲି ବ୍ୟବସାୟୀଙ୍କୁ ଗଳାକାଟି ହତ୍ୟା କରାଯାଇଛି। ମୃତକ ଜଣକ ହେଲେ କହ୍ନେଇ ସାହୁ(୫୦)। ବରଗଡ଼ ପୁରୁଣା ବ୍ରିଜ ନିକଟରେ କିଛି ଦୁର୍ବୁତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଛନ୍ତି। ତେବେ ହତ୍ୟାର କାରଣ ଜଣାପଡ଼ିନାହିଁ।

ଉତ୍ତ୍ୟକ୍ତ ଲୋକେ ଏନେଇ ଟାଉନ ଥାନା ଘେରାଉ କରିଛନ୍ତି। ହତ୍ୟାକାଣ୍ଡ ଘଟିଥିବା ସ୍ଥାନରେ ଖୋଲାଖୋଲି ନିଶା କାରବାର ଚାଲିଛି। ଲୋକେ ଏନେଇ ପୁଲିସ୍‌କୁ ଜଣାଇଥିଲେ ବି କିଛି ଫଳ ମିଳିନାହିଁ। ଯଦ୍ବାରା ବ୍ରିଜ୍‌ ପାଖରେ ଅସାମାଜିକଙ୍କ ରାଜୁତି ଲାଗି ରହିଛି। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe