ବିଡିଓଙ୍କ ଗାଡ଼ି ଧକ୍କାରେ ବ୍ୟବସାୟୀ ମୃତ

ଥାନାରେ ଆତ୍ମସମର୍ପଣ କଲେ ଡ୍ରାଇଭର, ଗିରଫ

ବିଡିଓଙ୍କ ଗାଡ଼ି ଧକ୍କାରେ ବ୍ୟବସାୟୀ ମୃତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ଠାରୁ ପାରଳାଖେମୁଣ୍ଡିକୁ ଆସୁଥିବା ମୋହନା ବିଡିଓଙ୍କ ଗାଡ଼ି ଧକ୍କାରେ ବ୍ୟବସାୟୀ ଟି.ପ୍ରଭାକର ରାଓ(୫୦)ଙ୍କ ମୃତ୍ୟୁ ହୋଇଯାଇଛି। ତେବେ, ଦୁର୍ଘଟଣା ପରେ ତାଙ୍କ ଉଦ୍ଧାର କରିବା ବଦଳରେ ଘଟଣାସ୍ଥଳରୁ ଛାଡ଼ି ପଳାଇଯିବା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ, ପୁଲିସ ଗାଡ଼ିର ଡ୍ରାଇଭରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନା ଅନୁସା‌ରେ, ପାରଳାଖେମୁଣ୍ଡିସ୍ଥିତ ଯାଜପୁର ଗ୍ରାମ ନିକଟ ପୁଡୁଣୀ ଛକଠାରେ ମୃତ ପ୍ରଭାକର ନିଜ ଗ୍ରାମ ସାତମାଇଲରୁ ପାରଳାଖେମୁଣ୍ଡି ବ୍ୟାଙ୍କ କାମରେ ଆସୁଥିବା ବେଳେ ଅଚାନକ ବିଡିଓଙ୍କ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ତେବେ, ଦୁର୍ଘଟଣା ପରେ ଗାଡ଼ିରେ ବସିଥିବା ଖୋଦ୍‌ ବିଡିଓ ତପସ୍ବିନୀ ହାଁସଦା ଘଟଣାସ୍ଥଳରେ ଗାଡ଼ି ରଖିନଥିଲେ। ତାଙ୍କ ଡ୍ରାଇଭର ବି ଚମ୍ପଟ ମାରିଥିଲେ। ଜଣେ ପ୍ରଶାସନିକ ଅଧିକା‌ରୀ ମାନବିକତା ଭୁଲିଯାଇ ଦୁର୍ଘଟଣାସ୍ଥଳରେ ଆହତଙ୍କୁ ଉଦ୍ଧାର କରିବା ବଦଳରେ ସ୍ଥାନ ଛାଡ଼ି ପଳାଇବାକୁ ସାଧାରଣରେ ନାପସନ୍ଦ କରାଯାଇଥିଲା। ଏପଟେ ଡ୍ରାଇଭର୍‌ ଗାଡ଼ିକୁ ନେଇ ସିଧା ଥାନାରେ ଆତ୍ମସମର୍ପଣ କରିଥିଲେ। । ଖବର ପାଇ ପାରଳାଖେମୁଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ବିଡିଓଙ୍କ ଡ୍ରାଇଭର୍‌ କାଳୁ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe