ବ୍ୟବସାୟୀଙ୍କୁ ହତ୍ୟା

Advertisment
ବ୍ୟବସାୟୀଙ୍କୁ ହତ୍ୟା

ତାଳଚେର : ତାଳଚେର ଥାନା କୁକୁଡୁଲା ଗ୍ରାମର ବ୍ୟବସାୟୀ ଭିକାରି ଭୂତିଆ (୫୨)ଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଛି। ତାଙ୍କ ପେଟ ଓ ଛାତିକୁ ଧାରୁଆ ଅସ୍ତ୍ରରେ ଭୁସି ହତ୍ୟା କରାଯାଇଛି। ତେବେ ଜଣେ ନୁହେଁ, ହତ୍ୟାକାରୀ ଏକାଧିକ ବୋଲି ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ତାଳଚେର ଥାନା ପୁଲିସ୍‌ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

ଭିକାରି ରଡ୍‌ ଓ ଚିପ୍ସ ବ୍ୟବସାୟ କରନ୍ତି। ତାଙ୍କ ଠାରୁ ରିଟେଲରମାନେ ବାକିରେ ବିଭିନ୍ନ ସମୟରେ ଜିନିଷ ନେଇଥାନ୍ତି। ତାଙ୍କର କାହା ସହ ଶତ୍ରୁତା ନଥିବା ପରିବାର ସଦସ୍ୟ କହିଥିବାରୁ ଏହି ବାକି ବ୍ୟବସାୟକୁ ନେଇ କେହି ହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଭୂତିଆ ଆଜି ଅପରାହ୍ନ ଗୋଟାଏ ବେଳେ ଗ୍ରାମ ପାଖ କେନାଲକୁ ଗାଧୋଇବାକୁ ଯାଇଥିଲେ। ବହୁ ସମୟ ଧରି ସେ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜିଥିଲେ। ପରେ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ କେନାଲ ପାଖରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଦିନ ଦ୍ୱିପ୍ରହରରେ ଏଭଳି ହତ୍ୟା କେବଳ କେହି ପରିଚିତ ବ୍ୟକ୍ତି ହିଁ କରିପାରିବେ ବୋଲି ପୁଲିସ୍‌ ଅନୁମାନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe