ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା, ଘରେ ପଶି ଦେଶୀ ବନ୍ଧୁକରୁ ପାଞ୍ଚ ରାଉଣ୍ଡ୍‌

Advertisment
କଥାକଥାକେ ଫୁଟୁଛି ଗୁଳି: ଘରେ ପଶି ୪ ରାଉଣ୍ଡ୍‌ ଗୁଳି, ଜଣେ ଗୁରୁତର

Khabarplus

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ରେବିଙ୍ଗିଆ ପଞ୍ଚାୟତରେ ଜଣେ ବ୍ୟବସାୟୀଙ୍କୁ ଗୁରୁବାର ରାତିରେ ଜଣେ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛି। ଘରେ ପଶି ଦେଶୀ ବନ୍ଧୁକରୁ ପ୍ରାୟ ପାଞ୍ଚ ରାଉଣ୍ଡ୍‌ ଗୁଳି ଚଳାଇ ବ୍ୟବସାୟୀଙ୍କୁ ହତ୍ୟା କରିଥିବା ପ୍ରାଥମିକ ସୂଚନାରୁ ଜଣାଯାଇଛି। ଗୁଳିମାଡ଼ରେ ବ୍ୟବସାୟୀ ନବଘନ ସାହୁଙ୍କ ମୃତ୍ୟୁ ହୋଇଥିବାବେଳେ ହତ୍ୟାର କାରଣ ଜଣାପଡ଼ିନାହିଁ।

publive-image

ସୂଚନା ପ୍ରକାରେ, ଗୁରୁବାର ରାତି ୯ଟା ବେଳେ ନବଘନଙ୍କ ଘର ଖୋଲାଥିଲା। ହଠାତ୍‌ ଏକ ଦେଶୀ ବନ୍ଧୁକ ଧରି ଅଭିଯୁକ୍ତ ଭୀମ ବେହେରା ତାଙ୍କ ଘରେ ପଶିଥିଲା। କିଛି ଭାବିବା ପୂର୍ବରୁ ନବଘନଙ୍କ ଉପରକୁ ସେ ଆଖିବୁଜା ଗୁଳି ଚଳାଇଥିଲା। ଘରଲୋକ ଗୁଳି ଶବ୍ଦ ଶୁଣି ପହଞ୍ଚିଲା ବେଳକୁ ଅଭିଯୁକ୍ତ ସେଠାରୁ ଦୌଡ଼ି ପଳାଇଥିଲା। ତେବେ ଗ୍ରାମବାସୀ ପିଛା କରିଥିଲେ ମଧ୍ୟ ଅଭିଯୁକ୍ତକୁ କାବୁ କରିପାରି ନଥିଲେ। ପରିବାର ଲୋକେ ତୁରନ୍ତ ନବଘନଙ୍କୁ ବାରଖମା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ବାଲିଗୁଡ଼ା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଭିଯୁକ୍ତ ଭୀମ ସହ ତାଙ୍କର କୌଣସି ପୂର୍ବ ଶତ୍ରୁତା ନଥିଲା ବୋଲି ପରିବାର ଲୋକେ କହିଛନ୍ତି। ହେଲେ କାହିଁକି ଅଭିଯୁକ୍ତ ନବଘନଙ୍କୁ ଗୁଳି କଲା, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe