ରେଳ ଧାରଣାରୁ ମିଳିଲା ବ୍ୟବସାୟୀ ସୋହନଙ୍କ ଶବ

Advertisment

ଆତ୍ମହତ୍ୟା ସନ୍ଦେହ, ରେଳବାଇ ପୁଲିସର ତଦନ୍ତ

ଆତ୍ମହତ୍ୟା ସନ୍ଦେହ, ରେଳବାଇ ପୁଲିସର ତଦନ୍ତ

ରେଳ ଧାରଣାରୁ ମିଳିଲା ବ୍ୟବସାୟୀ ସୋହନଙ୍କ ଶବ

ରାଉରକେଲା: ବେଦବ୍ୟାସ ବୁରୁଟୋଲା ନିକଟ ରେଳଧାରଣାରୁ ଜଣାଶୁଣା ବ୍ୟବସାୟୀ ତଥା ବେଦବ୍ୟାସ ଗୁରୁଦ୍ବାର ପୂର୍ବ ପ୍ରଧାନ ସୋହନ ସିଂହ (୬୬)ଙ୍କ ଶବ ମିଳିଛି। ମୁଣ୍ଡରେ ଗଭୀର କ୍ଷତଚିହ୍ନ ଥିବାରୁ ଟ୍ରେନ୍‌ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକ ସୋହନ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଆଶଙ୍କା କରିଛନ୍ତି। ରେଳବାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ଅପମୃ୍ତ୍ୟୁ ମାମଲା ରୁଜୁ କରିଛି। ସ୍ଥାନୀୟ ଲୋକଙ୍କ ବୟାନ ଓ ପାରିପାର୍ଶ୍ବିକ ସ୍ଥିତି ଆଧାରରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।

ବେଦବ୍ୟାସ ମନ୍ଦିରରୋଡ ଗୋପପାଲୀରେ ସୋହନ ପରିବାର ସହ ରହନ୍ତି। ପ୍ରତିଦିନ ଆଜି ସକାଳେ ଘରୁ ପ୍ରାତଃ ଭ୍ରମଣରେ ଘରୁ ବାହାରି ଯାଇଥିଲେ। କିଛି ସମୟରେ ତାଙ୍କ ମୃତ ଦେହ ରେଳଧାରଣାରେ ପଡିଥିବା ସ୍ଥାନୀୟ ଲୋକ ଦେଖି ରେଳବାଇ ପୁଲିସକୁ ସୂଚନା ଦେଇଥିଲେ। ସୋହନଙ୍କ ମୃତ୍ୟୁ ଖବର ପାଇବା ପରେ ଗୁରୁଦ୍ବାର କମିଟିର କର୍ମକର୍ତ୍ତା ଓ ସ୍ଥାନୀୟ ଅଞ୍ଚଳ ବହୁ ବ୍ୟକ୍ତି ଆର୍‌ଜିଏଚ୍‌ରେ ପହଞ୍ଚିଥିଲେ। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଜଣାଶୁଣା ବ୍ୟବସାୟୀ ତଥା ବେଦବ୍ୟାସ ଗୁରୁଦ୍ବାର କମିଟିର ପୂର୍ବ ମୁଖ୍ୟ ସୋହନଙ୍କ ଏଭଳି ମୃତ୍ୟୁକୁ ସ୍ଥାନୀୟ ଲୋକ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମୃତ୍ୟୁ ଘଟଣାର ପର୍ଦ୍ଦାଫାସ କରିବାକୁ ସ୍ଥାନୀୟ ଲୋକ ପୁଲିସ ନିକଟରେ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ,  ଗତ ସେପ୍ଟେମ୍ବର ୨୭ରେ ରାଉରକେଲା ବାର୍‌ ଆସୋସିଏସନ୍‌ର ପୂର୍ବତନ ସଭାପତି ରମେଶ ବଳ ନିଜ ହରିୟାଣା ଭବନ ଗଳିସ୍ଥ ବାସଭବନରେ ବେକରେ ରଶି ଦେଇ ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe