୨୦୪୭ ସୁଦ୍ଧା ରାଜ୍ୟରେ ୧୬୯ ଜିଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ଲକ୍ଷ୍ୟ

Advertisment

ଜୟୀ ରାଜଗୁରୁ ଭବନରେ ଜିଲ୍ଲାସ୍ତରୀୟ ଆଜାଦୀ କା ଅମୃତ ମହୋତ୍ସବ

ଜୟୀ ରାଜଗୁରୁ ଭବନରେ ଜିଲ୍ଲାସ୍ତରୀୟ ଆଜାଦୀ କା ଅମୃତ ମହୋତ୍ସବ

୨୦୪୭ ସୁଦ୍ଧା ରାଜ୍ୟରେ ୧୬୯ ଜିଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ଲକ୍ଷ୍ୟ

ଖୋର୍ଦ୍ଧା: ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଆଜି ସ୍ଥାନୀୟ ଜୟୀ ରାଜଗୁରୁ ଭବନ ଠାରେ ରାଜ୍ୟ ସରକାର, ଏନ୍ଟିପିସି, ଓପିଟିସିଏଲ୍, ଟିପିସିଓଡିଏଲ୍ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ଆଜାଦୀ କା ଅମୃତ ମହୋତ୍ସବ ଓ ଭାରତ ଉଜ୍ଜ୍ୱଳ-ଉଜ୍ଜ୍ୱଳ ଭବିଷ୍ୟତ-ପାୱାର୍ ୨୦୪୭ ପାଳନ କରାଯାଇଛି ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଜ୍ୟୋାତିରୀନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଟିପିସିଓଡିଏଲ୍ର ପ୍ରବୀଣ କୁମାର ଶର୍ମା, ବିଦ୍ୟୁତ୍ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ମନୋଜ କୁମାର ଦାସ, ଓପିଟିସିଏଲ୍ ସାଧାରଣ ପରିଚାଳକ ପ୍ରଦୀପ କୁମାର ଦାସ, ଏନ୍ଟିପିସିର ମାନବ ସମ୍ବଳ ଏଜିଏମ୍ ଡ ଦେବସ୍ମିତା ତ୍ରିପାଠୀ, ମାନବ ସମ୍ବଳ ଅଧିକାରୀ ନିହାର ରଂଜନ ସ୍ୱାଇଁ, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନସିଂହ, ଖୋର୍ଦ୍ଧା ପୌରାଧ୍ୟକ୍ଷ କନକଲକ୍ଷ୍ମୀ ମହାନ୍ତି, ଜଟଣୀ ପେରାଧ୍ୟକ୍ଷ ଅନନ୍ତ ଚରଣ ବେହେରା, ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

publive-image

୨୦୪୭ ସୁଦ୍ଧା ରାଜ୍ୟରେ ୧୬୯ ଜିଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ସହ ବିଦ୍ୟୁତ ବଳକା ରାଜ୍ୟରେ ପରିଷଦ କରିଲ, ଶତପ୍ରତିଶତ ଘରୋଇ ବିଦ୍ୟୁତକରଣ କରିବା ଲକ୍ଷ୍ୟ ରଖାଯାଇଥିବା ବେଳେ ଗ୍ରାମାଂଚଳ ବିଦ୍ୟୁତ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଦୀନଦୟାଲ୍ ଗ୍ରାମ ଜ୍ୟୋତି ଯୋଜନା, ଆଇପିଡିଏସ୍, ଓଡିଏସ୍ଏସ୍ପି, ବିଜିଜେୱାଇ, ବିଏସ୍ଭିୱାଇ, ଏସ୍ସିଆର୍ଆଇପି ଆଦିଯୋଜନାର ସୁଫଳ ହିତାଧୀକାରଙ୍କ ନିକଟକୁ ପହଂଚାଇବା ଆଦି ସମ୍ପର୍କରେ ଶକ୍ତ ବିଭାଗର ଅଧିକାରୀମାନେ ଆଲୋଚନା କରିଥିଲେ । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭା ମଂଚ କାର୍ଯ୍ୟକ୍ରମକୁ ପ୍ରେରଣା ପ୍ରତୀକ୍ଷା ପୃଷ୍ଟି ସଂଯୋଜନା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe