ବ୍ରଜରାଜନଗର ଉପନିର୍ବାଚନ : ଚାଲିଛି ଅଙ୍କକଷା, କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ ?

Advertisment
ବ୍ରଜରାଜନଗର ଉପନିର୍ବାଚନ : ଚାଲିଛି ଅଙ୍କକଷା, କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ ?

ଭୁବନେଶ୍ବର/ଝାରସୁଗୁଡ଼ା : ବହୁପ୍ରତୀକ୍ଷିତ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଆଜି ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯିବା ପରେ ରାଜନୈତିକ ଦଳଗୁଡ଼ିକ ସକ୍ରିୟ ହୋଇ ଉଠିଛନ୍ତି। ୩ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତେବେ ବିଧିବଦ୍ଧ ଭାବେ କୌଣସି ଦଳ (ବିଜେଡି, ବିଜେପି ଓ କଂଗ୍ରେସ) ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନ ଥିବାରୁ ବିଭିନ୍ନ ମହଲରେ ପ୍ରାର୍ଥୀତ୍ବକୁ ନେଇ ଅଙ୍କକଷା ଚାଲିଛି।

ବ୍ରଜରାଜନଗର ଉପନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଟିକେଟ ନେଇ କର୍ମୀଙ୍କ ମତାମତ ସଂଗ୍ରହ କରାଯାଉଛି। ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ନବ କିଶୋର ଦାସ, ସୁଶାନ୍ତ ସିଂ, ଝାରସୁଗୁଡା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା କଟକ ମେୟର ସୁବାସ ସିଂ, ସହ-ପର୍ଯ୍ୟବେକ୍ଷକ ଵିଷ୍ଣୁ କେଡ଼ିଆ ପ୍ରମୁଖ ଉପସ୍ଥିତ ରହି କର୍ମୀଙ୍କ ମତାମତ ସଂଗ୍ରହ କରୁଛନ୍ତି।  ତେବେ ଦଳର ସର୍ବୋଚ୍ଚ ନେତା ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରି ପାରିତ ହୋଇଛି ସଂକଳ୍ପ । ବ୍ରଜରାଜନଗର ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରାର୍ଥୀଙ୍କୁ ଚୟନ କରିବେ ତାଙ୍କୁ ମିଳିବ ପୂର୍ଣ୍ଣପ୍ରାଣ ସମର୍ଥନ ।  ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବିଜେଡିରୁ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଆହୁରି ମଧ୍ୟ ଆଲୋଚନା ହେଉଛି ଯେ, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଲି ଦାସଙ୍କୁ ମଧ୍ୟ ଟିକେଟ୍‌ ଦିଆଯାଇପାରେ। ନିକଟ ଅତୀତରେ ଦୀପାଲିଙ୍କ ନାମକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା।

publive-image

ସେହିପରି ବିଜେପିରୁ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନାମ ସହିତ ଏବେ ନୂଆ ଚେହେରା ସୁଜିତ ସିଂହଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସୁଛି। ସୁଜିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ସକ୍ରିୟ ଥିବା ବେଳେ ‌ସେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଂପାଦକ ରହିଥିବା ଜଣାଯାଇଛି। ଏ ନେଇ ସୁଜିତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦଳ ଯାହା ନିର୍ଦ୍ଦେଶ ଦେବ ଓ ଯାହାଙ୍କୁ ଟିକେଟ ଦେବ ସେ ତାଙ୍କ ପାଇଁ କାମ କରିବେ। ତେବେ ତାଙ୍କୁ ଟିକେଟ ଦେବାପାଇଁ ଭୁବନେଶ୍ବର ସାଂସଦ ଓ ପଶ୍ଚିମ ଓଡ଼ିଶାର ଜଣେ ସାଂସଦ ପାଇଁ ଲବି କରୁଥିବା କଥାକୁ ସେ ଖଣ୍ଡନ କରିଛନ୍ତି।

ବ୍ରଜରାଜନଗର ଉପନିର୍ବାଚନ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ କଂଗ୍ରେସ ତିନି ଆଶାୟୀ ପ୍ରମୋଦ ପ୍ରଧାନ,ଜୀବନ ସାର୍ଥକ ଦାସ ଓ ସୁବ୍ରତ ପ୍ରଧାନ ପିସିସିକୁ ଲେଖିଛନ୍ତି। କିନ୍ତୁ ଦଳ ପକ୍ଷରୁ ତିନି ଜିଲ୍ଲା ସଭାପତି ଓ ଜଣେ ରାଜ୍ୟ କାର୍ଯ୍ୟକାରୀ ସଭାପତିଙ୍କୁ ଚୟନ ଦାୟିତ୍ବ ଦିଆଯାଇଛି । ସେମାନେ ବ୍ରଜରାଜନଗର ଯାଇ ରିପୋର୍ଟ ପ୍ରଦାନ କରିବେ ଏବଂ ତୃଣମୂଳ ସ୍ତ ରେ ଆଲୋଚନା କରିବେ । କିଶୋର ପଟେଲଙ୍କୁ ମଧ୍ୟ ଦଳ ଗୁରୁତ୍ଵ ଦେବ। ଯାହାକୁ ଦଳ ପକ୍ଷରୁ ପ୍ରାଥୀ କରାଯିବ ସମସ୍ତେ ତାଙ୍କୁ ନେଇ ଉପନିର୍ବାଚନ ମଇଦାନକୁ ଓହ୍ଲାଇବେ।

ସୂଚନାଯେଗ୍ୟ, ଗତ ଡିସେମ୍ବର ମାସ ୩୦ ତାରିଖରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଛି। ତେଣୁ ଆସନ୍ତା ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ନିର୍ବାଚନ କମିସନଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆସନ୍ତା ୪ ତାରିଖରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମେ ୧୧ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ପଡିବ। ମେ’ ୧୭ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବାବେଳେ ମେ’ ୩୧ ତାରିଖରେ ଭୋଟଗ୍ରହଣ ହେବ। ଶେଷରେ ଜୁନ ୩ରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe