ଉପନିର୍ବାଚନ ଉଷ୍ମତା: ଅସନ୍ତୁଷ୍ଟ ନେତାଙ୍କୁ ରାଜଧାନୀ ଡକାଇ ଆଲୋଚନା

Advertisment

ବିଜେଡି ଛାଡ଼ିବା ଚର୍ଚ୍ଚାକୁ ଅ‌ାଲୋକ ସାହୁଙ୍କ ଖଣ୍ଡନ, ଅବହେଳା କରାଯାଉଥିବା ସମ୍ପର୍କରେ ଜଣାଇଛି: ନାରାୟଣ

ବିଜେଡି ଛାଡ଼ିବା ଚର୍ଚ୍ଚାକୁ ଅ‌ାଲୋକ ସାହୁଙ୍କ ଖଣ୍ଡନ, ଅବହେଳା କରାଯାଉଥିବା ସମ୍ପର୍କରେ ଜଣାଇଛି: ନାରାୟଣ

ଉପନିର୍ବାଚନ ଉଷ୍ମତା: ଅସନ୍ତୁଷ୍ଟ ନେତାଙ୍କୁ ରାଜଧାନୀ ଡକାଇ ଆଲୋଚନା

ବାଲେଶ୍ବର: ବାଲେଶ୍ବର ସଦର ଉପନିର୍ବାଚନକୁ ନେଇ ବିଜେଡିରେ ଦଳୀୟ ଅନ୍ତଃକନ୍ଦଳ ବଢ଼ୁଥିବା ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ନେତୃତ୍ବ ଏଥିରେ ମୁଣ୍ଡ ପୂରେଇଛନ୍ତି। ପୂର୍ବତନ ବିଧାୟକ ଜୀବନପ୍ରଦୀପଙ୍କ ଅନୁଗତ କୁହାଯାଉଥିବା ବାଲେଶ୍ବରର ପୂର୍ବତନ ପୌରାଧ୍ୟକ୍ଷ ଆଲୋକ ସାହୁ ଓ ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନଙ୍କୁ ଭୁବନେଶ୍ବର ଡକାଇ ଆଲୋଚନା କରିଥିବା ଜଣାପଡ଼ିଛି।

ଉପନିର୍ବାଚନ ପାଇଁ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ତାଙ୍କ ପତ୍ନୀ ସୁବାସିନୀ ଜେନା, ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶଙ୍କ ନାଁ ଚର୍ଚ୍ଚାରେ ରହିଛି। ତେବେ ଜିଲ୍ଲା ସଭାପତି ଭାବେ ରବୀନ୍ଦ୍ର ଜେନା ସଦର ଅଞ୍ଚଳରେ କର୍ମୀ ସମ୍ମିଳନୀ, ବୈଠକ, ମିଶ୍ରଣ ପର୍ବ ଆଦିର ଆୟୋଜନ କରୁଥିବାବେଳେ ଏସବୁରେ ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ, ପୂର୍ବତନ ପୌରାଧ୍ୟକ୍ଷ ଆଲୋକ ସାହୁ କିମ୍ବା ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନଙ୍କୁ ଦେଖିବାକୁ ମିଳୁନାହିଁ। ସେମାନେ ମଧ୍ୟ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖି ଅଣଦେଖା କରାଯାଉଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ନେଇ ରାଜ୍ୟ ନେତୃତ୍ବଙ୍କଠୁ ଡାକରା ଆସିବା ପରେ ସୋମବାର ଆଲୋକ ସାହୁ ଓ ନାରାୟଣ ପ୍ରଧାନ ଭୁବନେଶ୍ବର ଆସି ବିଜେଡିର ସଂଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବପ୍ରକାଶ ଦାସ (ବବି), ବାଲେଶ୍ବର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟି ଆଲୋଚନା କରିଥିଲେ। ବ୍ଲକ୍‌ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ବିଜେଡି‌ରେ ଚାଲିଥିବା ଅନ୍ତଃକନ୍ଦଳ ଏବଂ ତାଙ୍କୁ କରାଯାଉଥିବା ଅବହେଳା ସମ୍ପର୍କରେ ଜଣାଇ ତୁରନ୍ତ ଏହାର ସମାଧାନ କରିବାକୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ଆଲୋକ ସେଠାରୁ ଫେରିବା ପରେ ବିଜେଡି ଛାଡ଼ିବା ନେଇ ତାଙ୍କ ନାଁରେ ଚାଲିଥିବା ଚର୍ଚ୍ଚାକୁ ଗୁଜବ ବୋଲି କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ତାଙ୍କର ଏହି ପ୍ରତିକ୍ରିୟାକୁ ନେଇ ରାଜନୈତିକ ମହଲରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାହୁଙ୍କ ସହ ବିଜେଡି ଜିଲ୍ଲା ଯୁବ ସଭାପତି ଶୁଭେନ୍ଦୁ ଦାସମଙ୍ଗରାଜ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe