ଉପନିର୍ବାଚନ ପାଇଁ ସରିଲା ପ୍ରାର୍ଥୀପତ୍ର ଦାଖଲ: ତିର୍ତ୍ତୋଲରେ ୮, ବାଲେଶ୍ୱରରେ ନାମାଙ୍କନ ଭରିଲେ ୯ ପ୍ରାର୍ଥୀ

କୋଭିଡ୍‌ ପାଇଁ ମତଦାନ କେନ୍ଦ୍ରରେ ନିୟୋଜିତ ହେବେ ଆଶାକର୍ମୀ ଓ ସ୍ୱେଚ୍ଛାସେବୀ

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ପ୍ରଚାର ମଧ୍ୟ ଜମୁଛି। ଆଉ ଏହାରି ଭିତରେ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ନେଇ ବିସ୍ତୃତ ତଥ୍ୟ ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିଲା। ତେବେ ତିର୍ତ୍ତୋଲରେ ମୋଟ୍‌ ୮ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ବାଲେଶ୍ୱର ସଦରରେ ୯ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ।

ତେବେ କରୋନା ମହାମାରୀ ଭିତରେ ପ୍ରଥମ ଥର ପାଇଁ ନିର୍ବାଚନ ହେବାକୁ ଯାଉଥିବା ବେଳେ, ୮୦ ବର୍ଷରୁ ଅଧିକ ବୟସ୍କ ଭୋଟର, ଭିନ୍ନକ୍ଷମ ଏବଂ ସଂଗରୋଧରେ ଥିବା ଲୋକଙ୍କ ପାଇଁ ପୋଷ୍ଟାଲ ବାଲାଟରେ ଜରିଆରେ ଭୋଟଗ୍ରହଣ ହେବ। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବଚନ ଅଧିକାରୀ ସୁଶୀଲ ଲୋହାନୀ।

ଶ୍ରୀ ଲୋହାନୀ କହିଛନ୍ତି, ଉଭୟ ନିର୍ବାଚନ ମଣ୍ଡଳୀରେ ୨୩ ପ୍ରତିଶତ କେବଳ ପୋଷ୍ଟାଲ ଭୋଟ ପାଇଁ ସହମତି ଦେଇଛନ୍ତି। ୫୬ ପ୍ରତିଶତ ମନା କରିଛନ୍ତି। ବାଲେଶ୍ୱର ଓ ତିର୍ତ୍ତୋଲରେ ମୋଟ ୫୪୦୮ ଜଣ ପୋଷ୍ଟାଲ ବାଲାଟରେ ଭୋଟ ଦେବେ। ସ୍ୱତନ୍ତ୍ର ପୋଲିଂ ପାର୍ଟି ଅକ୍ଟୋବର ୨୦ରୁ ନଭେମ୍ବର ୨ ତାରିଖ ମଧ୍ୟରେ ସେମାନଙ୍କ ଘରକୁ ଯାଇ ପୋଷ୍ଟାଲ ବାଲାଟ ଗ୍ରହଣ କରିବେ। ଏହାର ଭିଡିଓଗ୍ରାଫି ମଧ୍ୟ ହେବ। ୧୯ରେ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ। ତା’ପରେ ଅନ୍ୟ ପ୍ରକ୍ରିୟା ଆଗକୁ ବଢ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe