ବୃତ୍ତି ସହ ପ୍ରବୃତ୍ତି ମେଳ ଖାଇଲେ ସଫଳତା ଚରଣ ଛୁଇଁବ: ସୌମ୍ୟରଂଜନ

Advertisment

ସଫଳତା ମିଳିଲେ ସମସ୍ତେ ପଚାରିବେ, ବିଫଳତା ବେଳେ ଆପଣ ଏକା ଥିବେ। ଲକ୍ଷ୍ୟପଥରେ ଆମକୁ ବିଫଳତାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସେଥିପାଇଁ ମାନସିକସ୍ତରରେ ପ୍ରସ୍ତୁତ ରହିବା ଉଚିତ।

ସଫଳତା ମିଳିଲେ ସମସ୍ତେ ପଚାରିବେ, ବିଫଳତା ବେଳେ ଆପଣ ଏକା ଥିବେ। ଲକ୍ଷ୍ୟପଥରେ ଆମକୁ ବିଫଳତାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସେଥିପାଇଁ ମାନସିକସ୍ତରରେ ପ୍ରସ୍ତୁତ ରହିବା ଉଚିତ।

dggvvccv

ବ୍ରହ୍ମପୁର: ସଫଳତା ମିଳିଲେ ସମସ୍ତେ ପଚାରିବେ, ବିଫଳତା ବେଳେ ଆପଣ ଏକା ଥିବେ। ଲକ୍ଷ୍ୟପଥରେ ଆମକୁ ବିଫଳତାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସେଥିପାଇଁ ମାନସିକସ୍ତରରେ ପ୍ରସ୍ତୁତ ରହିବା ଉଚିତ। କଠିନ ପରିଶ୍ରମ ସତ୍ତ୍ବେ ଆମେ ଯେତେବେଳେ ବିଫଳତାକୁ ସାମନା କରୁ ତାର ମୁକାବିଲା ଗୁରୁତ୍ବପୂର୍ଣ୍ଣ। ମାଟ୍ରିକ୍‌ରେ କୃତିତ୍ବ ହାସଲ କରିଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ଆଗାମୀ ଭବିଷ୍ୟତ କଥା ଚିନ୍ତା କରିଥିବେ। କିଏ ଭଲ ଡାକ୍ତର, ଇଞ୍ଜିନିୟର୍, ଆଇଏଏସ୍ ଭଳି ବଡ଼ ବଡ଼ ଅଧିକାରୀ ହେବେ ବୋଲି ଭାବିଥିବେ। ହେଲେ ଜୀବନରେ ଅସଫଳତାର ସମ୍ମୁଖୀନ ହେବାକୁ ପଡ଼ିପାରେ। ସେ ସମୟରେ ଧୈର୍ଯ୍ୟ ଓ ଆତ୍ମବିଶ୍ବାସର ସହ ଲକ୍ଷ୍ୟପଥରେ ଚାଲିଲେ ସଫଳତା ନିଶ୍ଚିତ ବୋଲି ମଙ୍ଗଳବାର ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ପକ୍ଷରୁ ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପ୍ରେକ୍ଷାଳୟରେ ଆୟୋଜିତ ମାଟ୍ରିକ୍ ଚାମ୍ପିଅନ୍ସ-୨୦୨୫ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ଡାକ୍ତର ଶରବଣା ବିବେକ୍‌।

ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏମ୍‌କେସିଜି ମେଡିକାଲ କଲେଜ ଏଣ୍ଡୋକ୍ରିନୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡା. ପି. ରବି କୁମାର ଯୋଗ ଦେଇ ନିଜ ଛାତ୍ର ଜୀବନର ଅନୁଭୂତିକୁ ବାଣ୍ଟିବା ସହ ପିଲାଙ୍କୁ ବୃତ୍ତି ବାଛିବାରେ ସ୍ବାଧୀନତା ଦେବାକୁ ଅଭିଭାବକଙ୍କୁ ନିବେଦନ କରିଥିଲେ। ହ୍ୟାରିପୋଟର୍‌ ରଚୟିତାଙ୍କ ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ ଧୈର୍ଯ୍ୟ ସହ କଠିନ ପରିଶ୍ରମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ଜୀବନରେ ଯେତେ ସଫଳତା ମିଳିଲେ ମଧ୍ୟ ପିତାମାତାଙ୍କୁ ନ ଭୁଲିବା ପାଇଁ ନିବେଦନ କରିଥିଲେ।

‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ପକ୍ଷରୁ ମାଟ୍ରିକ ଚାମ୍ପ୍‌-୨୦୨୫

ଧୈର୍ଯ୍ୟ ସହ କଠିନ ପରିଶ୍ରମ କରନ୍ତୁ ବିଦ୍ୟାର୍ଥୀ: ଏସ୍‌ପି ଡା.ଶରବଣା ବିବେକ୍‌ ଯେତେ ସଫଳ 
ହେଲେ ବି ପିତାମାତାଙ୍କୁ ଭୁଲିବନି: ଡା. ପି ରବି କୁମାର

‘ସମ୍ବାଦ’ ସଂପାଦକ ତନୟା ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ସେ ଗର୍ବ ଅନୁଭବ କରୁଥିବା କହି ଏହା ପଛରେ ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ସମାନ ଯୋଗଦାନ ରହିଛି ବୋଲି କହିଥିଲେ। ‘ସମ୍ବାଦ’ର ନିଆରା ଅଭିଯାନ ‘ପୁନଶ୍ଚ ପୃଥିବୀ’ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ସୂଚନା ଦେବାକୁ ଯାଇ ସମସ୍ତେ ପାଠପଢ଼ା ସହ ପରିବେଶର ଯତ୍ନ ନେବାକୁ ଶ୍ରୀମତୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ‘ସମ୍ବାଦ’ର ବାର୍ତ୍ତା ସଂପାଦକ ଭବାନୀ ଶଙ୍କର ତ୍ରିପାଠୀ କୃତୀ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀ ଆଜିଠାରୁ ‘ସମ୍ବାଦ’ ପରିବାର ସହ ଯୋଡ଼ି 
ହେଲେ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଶ୍ରୀ ପଟ୍ଟନାୟକ ମାଟ୍ରିକ୍ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ, ଅଭିଭାବକ ଓ ଗୁରୁଜୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସଫଳ ହେବା ପାଇଁ କଠିନ ପରିଶ୍ରମ ଆବଶ୍ୟକ। ଚାପମୁକ୍ତ ହୋଇ ପିଲାମାନେ ନିଜର ଲକ୍ଷ୍ୟସ୍ଥଳ ଅଡ଼କୁ ଅଗ୍ରସର ହୁଅନ୍ତୁ। ବାପା ଓ ମା’ ସେମାନଙ୍କ ଇଚ୍ଛାକୁ ପିଲାମାନଙ୍କ ଉପରେ ଲଦି ନଦେଇ ବୃତ୍ତି ଚୟନରେ ସେମାନଙ୍କୁ ସଂପୂର୍ଣ୍ଣ ସ୍ବାଧୀନତା ଦିଅନ୍ତୁ। ବୃତ୍ତି ସହ ପ୍ରବୃତ୍ତି ମେଳ ଖାଇଲେ ସଫଳତା ଚରଣ ଛୁଇଁବ। ଏଥି ସହିତ ମାତୃଭାଷାରେ ଦକ୍ଷ ହେବା ସହିତ ଅନ୍ୟାନ୍ୟ ଭାଷାକୁ ଆୟତ୍ତ କରିବାକୁ ସେ ପରାମର୍ଶ ଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତିକନ୍ଧମାଳ ଜିଲ୍ଲାରୁ ମାଟ୍ରିକ୍ ପରୀକ୍ଷାରେ ଏ-୧ ଗ୍ରେଡ୍ ପାଇଥିବା ୨୪୪ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର, ମେଡାଲ୍‌ ସହିତ ସେମାନଙ୍କ ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe