helpless old couple Photograph: (sambad.in)
ଘୁ.ଉଦୟଗିରି: ଅସହାୟଙ୍କୁ ସାହାଯ୍ୟର ହାତ ବଢ଼େଇ ସହଯୋଗ କରିବା ବଦଳରେ କାଗଜ କଲମରେ ନିଜ କାର୍ଯ୍ୟ ସମ୍ପାଦନ କରି ହାତଯୋଡି ବସି ପଡିଲେ ଘୁ.ଉଦୟଗିରି ବିଡ଼ିଓ। ଅସହାୟ ବୃଦ୍ଧ ଦମ୍ପତିଙ୍କ ଦୁଃଖ ନ ବୁଝି ସିଧା ସିଧା ଭତ୍ତା ପାଇଁ ବୟସ ହୋଇ ନଥିବା ଲେଖି କ’ଣ ସୂଚେଇବାକୁ ଚାହାନ୍ତି ପ୍ରଶାସନ। କେମିତି ଦୁଃସ୍ଥ ଅସହାୟ ଦମ୍ପତି ଭତ୍ତା ପାଇପାରିବେ ଚେଷ୍ଟା ବି କଲେନି।
ସୂଚନାନୁସାରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ରଟିଙ୍ଗିଆ ପଞ୍ଚାୟତ ଜେ.ପଡ଼ିକିଆ ଗ୍ରାମର ଅସହାୟ ଗରିବ ବୃଦ୍ଧା ତୁମୁରି ପ୍ରଧାନ। ସେ ଜଣେ ପକ୍ଷାଘାତ ରୋଗୀ ତାଙ୍କ ସ୍ଵାମୀ ସୁରୁମୁଡି ପ୍ରଧାନ। ଦୁହିଁଙ୍କ ବୟସ ୬୦ ବର୍ଷ ରୁ ଉର୍ଦ୍ଧ୍ବ। କିନ୍ତୁ ଦୁଃଖର ବିଷୟ ଉଭୟ ଦମ୍ପତିଙ୍କ ଭୋଟ ପରିଚୟ ପତ୍ରରେ ବୟସ ୬୦ ବର୍ଷରୁ କମ ରହିଥିବା କାରଣରୁ ଉଭୟ ବୃଦ୍ଧା ଦମ୍ପତି ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଅଛନ୍ତି।
ସେମାନଙ୍କ ଦେଖାଶୁଣା କରିବା ନିମନ୍ତେ କେହି ନାହାନ୍ତି । ତାଙ୍କର ଏକ ମାତ୍ର ପୁଅ କେରଳ ଯାଇ ଦାଦନ ଖଟୁଛନ୍ତି। ତିନୋଟି ନାତୁଣୀଙ୍କୁ ନେଇ ବହୁତ କଷ୍ଟରେ ଜୀବନ ବିତାଉଛନ୍ତି ଏହି ବୃଦ୍ଧ ଦମ୍ପତି । ଯଦି ଭତ୍ତା ପ୍ରଦାନ କରାଯିବ ତେବେ ଔଷଧ କିଣିବା ନିମନ୍ତେ ବହୁତ ଉପକାର ହେବ ବୋଲି ଉଭୟ ଦୁଃଖର ସହିତ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଏ ବିଷୟରେ ଫେବ୍ରୁୟାରି ୨ରେ ଦୈନିକ ଓଡ଼ିଆ ଖବର କାଗଜ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଅସହାୟ ବୃଦ୍ଧା ଦମ୍ପତିଙ୍କୁ ଯଥାଶୀଘ୍ର ଭତ୍ତା ପ୍ରଦାନ କରିବା ନିମନ୍ତେ ଅଞ୍ଚଳର ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ ଟୁଇଟ୍ କରି ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ ।
କିନ୍ତୁ ବୃଦ୍ଧା ଦମ୍ପତିଙ୍କ ଭୋଟ କାର୍ଡ ସଂଶୋଧନ କରି ଭତ୍ତା ପ୍ରଦାନ କରିବା ପରିବର୍ତ୍ତେ ସେମାନଙ୍କ ଭୋଟ ପରିଚୟ ପତ୍ର ତ୍ରୁଟି ଏବଂ ତାଙ୍କ ପକ୍ଷାଘାତରେ ପୀଡିତ ସ୍ତ୍ରୀଙ୍କ ବୟସ ହେଉ ନଥିବା କାରଣରୁ ଭତ୍ତା ପାଇବା ପାଇଁ ଅନୁପଯୁକ୍ତ ଦର୍ଶାଇ ପତ୍ର ଦେଇ ହାତଝାଡ ବସିପିଡ଼ିବା ଦୁର୍ଭାଗ୍ୟର ବିଷୟ।
ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲା: ଆଜି ହାଜର ନହୋଇ କ୍ରାଇମବ୍ରାଞ୍ଚକୁ ସମୟ ମାଗିବେ ବିଶାଳ ଓ ଦୀପାଳି
ମାନବିକତା ଦୃଷ୍ଟିରୁ ଏହିଭଳି ଅସହାୟ ଲୋକ କିଭଳି ସରକାରୀ ଯୋଜନା ପାଇପାରିବେ ତା ଉପରେ ଧ୍ୟାନ ଦେଇ ସାହାଯ୍ୟ ସହଯୋଗ କରିବା ବଦଳରେ ଚିଠିଦେଇ ନିଜ କାର୍ଯ୍ୟ ସରିଗଲା ଭାବିବା ଦୁର୍ଭାଗ୍ୟଜନକ। ଏଣୁ ଏହି ଅସହାୟ ଵୃଦ୍ଧ ଦମ୍ପତିଙ୍କୁ କିଭଳି ସରକାରୀ ଭତ୍ତା ମିଳି ପାରିବ ସେଥପ୍ରତି ବ୍ଲକ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।
ଅଧିକ ପଢ଼ନ୍ତୁ: ରୋହିତଙ୍କୁ ମୋଟା କହିଲେ କଂଗ୍ରେସ ମୁଖପାତ୍ର
Follow Us