ବ୍ୟାସନଗରରେ ଥିବା ଗ୍ରିନ୍ ମାର୍କେଟ ନହକା-ଖୋର୍ଧା ବାଇପାସକୁ ଉଠିଲା

Advertisment
ବ୍ୟାସନଗରରେ ଥିବା ଗ୍ରିନ୍ ମାର୍କେଟ ନହକା-ଖୋର୍ଧା ବାଇପାସକୁ ଉଠିଲା

ଯାଜପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାର ମୁକାବିଲା ପାଇଁ ଭାରତରେ ୨୧ ଦିନିଆ ତାଲାବନ୍ଦ ଘୋଷଣା କରିବା ପରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଜିଲ୍ଲା ପ୍ରଶାସନ ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାସନଗରରେ ଥିବା ଗ୍ରିନ୍ ମାର୍କେଟକୁ ନହକା-ଖୋର୍ଧା ବାଇପାସକୁ ଉଠାଯାଇଛି।

ଆଜି ପରିବା ମାର୍କେଟ ବୁଲି ସଚେତନ କରାଇଲେ ଯାଜପୁର ଜିଲ୍ଲାପାଳଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ । ନିୟମ ମାନ, ମାନିଲେ ବଞ୍ଚିବା , ଏପରି ବାର୍ତା ନେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ନହକା-ଖୋର୍ଧା ବାଇପାସକୁ ଉଠାଯାଇଥିବା ପରିବାର ମାର୍କେଟ ବୁଲି ଲୋକମାନଙ୍କୁ ସଚେତନ କରାଇଛନ୍ତି ।ଏହି ସମୟରେ ଯାଜପୁର ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ(କଳିଙ୍ଗ ନଗର) ସନ୍ତୋଷ ମିଶ୍ର ବି ଉପସ୍ଥିତ ଥିଲେ। ପୌର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଜିଲ୍ଲାପାଳଙ୍କ ସହ ପରିବା ମାର୍କେଟରେ ଦୂରତା ବଜାୟ ରଖି ବ୍ୟବସାୟ କରିବାକୁ ପରିବା ଦୋକାନୀମାନଙ୍କୁ ନିର୍ଦେଶ ଦେଇଛନ୍ତି ।

publive-image
ଜିଲ୍ଲାର ବରୀ, ଧର୍ମଶାଳା, ଜାରକା, କୁଆଖିଆ, ବ୍ୟାସନଗର ଆଦି ଅଞ୍ଚଳରେ ଏଭଳି ଲୋକମାନଙ୍କୁ ସଚେତନ କରାଯାଇଛି। କିଛି ଦିନ ବନ୍ଦ ରହିବା ପରେ ଗତକାଲି ଖୋଲିଥିବା ବ୍ୟାସନଗରରେ ରିଲାଏନ୍ସ ସ୍ମାର୍ଟରେ ଗ୍ରାହକଙ୍କ ଭିଡ଼ ସକାଳୁ ପରିଲକ୍ଷିତ ହେଉଛି।
ଦୋକାନ ଆଗରେ ତିଆରି ହୋଇଥିବା ବୃତ୍ତରେ ଗ୍ରାହକମାନେ ଛିଡା ହୋଇ କିଣାକିଣି କରିବାକୁ କୁହାଯାଇଛି । ଯେଉଁ ବ୍ୟବସାୟୀ ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି । ପରିବା ବଜାର ସକାଳ ୭ଟାରୁ ୧୧ଟା ଏବଂ ଅପରାହ୍ନ ୩ଟାରୁ୫ ପର୍ଯ୍ୟନ୍ତ ଖୋଲା ରହିବ । ଏହି ନିୟମକୁ ଯାଞ୍ଚ କରିବା ପାଇଁ ପୁଲିସ ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe