ବ୍ୟୋମକେଶଙ୍କୁ ଯୁବ ସଭାପତି, ଦେବୀ ରଞ୍ଜନଙ୍କ କାନ୍ଧରେ ଛାତ୍ର ସଂଗଠନର ଭାର ଦେଲେ ବିଜେଡି ସୁପ୍ରିମୋ

Advertisment
ବ୍ୟୋମକେଶଙ୍କୁ ଯୁବ ସଭାପତି, ଦେବୀ ରଞ୍ଜନଙ୍କ କାନ୍ଧରେ ଛାତ୍ର ସଂଗଠନର ଭାର ଦେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ବହୁଦିନର ଛକାପଞ୍ଝା ପରେ ଶେଷରେ ଯୁବ ଏବଂ ଛାତ୍ର ସଂଗଠନରେ ନବ କଳେବର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦୁଇ ଯୁବ ବିଧାୟକଙ୍କ ହାତରେ ଦେଇଛନ୍ତି ଦଳର ଯୁବ-ଛାତ୍ର ବାହିନୀର ଦାୟିତ୍ୱ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି ଦାୟିତ୍ୱ ଦିଆଯାଇଥିବେଳେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ନୂଆ ଦାୟିତ୍ୱ ଦିଆଯାଇଛି ।

ଏନେଇ ବିଧିବଦ୍ଧ ଭାବେ ସୂଚନା ନେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ( ମିଡ଼ିଆ ବ୍ୟାପାର) ମାନସ ମଙ୍ଗରାଜ ।ତେବେ ବ୍ୟୋମକେଶ ପୂର୍ବରୁ ଛାତ୍ର ସଭାପତି ଦାୟିତ୍ୱ ତୁଲାଇଥିବାବେଳେ ସେହିଭଳି ବିଧାୟକ ନିର୍ବାଚିତ ପୂର୍ବରୁ ଦେବୀ ରଞ୍ଜନ ତ୍ରିପାଠୀ ମଧ୍ୟ ଛାତ୍ର ବାହିନୀର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ । ଏବେ ଦୁଇ ଜଣଙ୍କ ଉପରେ ଭରସା କରି ଦଳର ଯୁବ-ଛାତ୍ର ସଂଗଠକୁ ମଜବୁତ କରିବାକୁ ବଡ଼ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe