ସର୍ବଭାରତୀୟ ‘ସିଏ’ ଛାତ୍ରଛାତ୍ରୀ ସମ୍ମିଳନୀ-୨୦୧୯ ଉଦ୍‌ଘାଟିତ

Advertisment
ସର୍ବଭାରତୀୟ ‘ସିଏ’ ଛାତ୍ରଛାତ୍ରୀ ସମ୍ମିଳନୀ-୨୦୧୯ ଉଦ୍‌ଘାଟିତ

ଭୁବନେଶ୍ବର : ନୂଆଦିଲ୍ଲୀସ୍ଥିତ ଦି ବୋର୍ଡ ଅଫ୍ ଷ୍ଟଡିସ ଅଫ୍ ଦି ଚାର୍ଟାର୍ଡ ଏକାଉଣ୍ଟ୍‌ସ ଅଫ୍ ଇଣ୍ତିଆ ପକ୍ଷରୁ ସର୍ବଭାରତୀୟ ୨ ଦିନିଆ ‘ସିଏ’ ଛାତ୍ରଛାତ୍ରୀ ସମ୍ମିଳନୀ-୨୦୧୯ କିଟ୍ କ୍ୟାମ୍ପସ-୬ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଆଇସିଏଆଇ ସଭାପତି ପଦ୍ମଶ୍ରୀ ସିଏ ଟି.ଏନ୍. ମନୋହରଣ ମୁଖ୍ୟ ଅତିଥି, ଇନ୍‌ଭେଷ୍ଟର ଏଜୁକେସନ ଏବଂ ପ୍ରୋଟେକସନ ଫଣ୍ତ ଅଥରିଟି (ଆଇଇପିଏପ୍)ର ସଭ୍ୟ ‘ସିଏ’ ରାଜୀବ ଶେଖର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ‘ସିଏ’ ଗୌତମ ଲେଙ୍କା ସ୍ବାଗତ ଭାଷଣ ଦେଇଥିଲେ। ଭୁବନେଶ୍ବର ଶାଖା ଅଧ୍ୟକ୍ଷ ‘ସିଏ’ ସୁଜ୍ଞାନ କୁମାର ସାହୁ ଅତିଥ ପରିଚୟ ପ୍ରଦାନ କରିଥିଲେ। ‘ସିଏ’ ଭବାନୀ ଶଙ୍କର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ। ଦେଶର ସମସ୍ତ ରାଜ୍ୟରୁ ୭୦୦ରୁ ଅଧିକ ‘ସିଏ’ ଛାତ୍ରଛାତ୍ରୀ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe