ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆରସି) ପ୍ରସଙ୍ଗରେ କଂଗ୍ରେସ ଦେଶରେ ଅରାଜକତା ସୃଷ୍ଟି କରୁଛି: ଧର୍ମେନ୍ଦ୍ର

‘ଏନ୍ଆରସି କ’ଣ, ବିଜେଡ଼ି ଠିକ୍‌ ଭାବେ ବୁଝିପାରିନି’

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ସମାରୋହ: ଓଡ଼ିଆ ଭାଷା ଆମ ଅସ୍ମିତାର ପରିଚୟ ବୋଲି କହିଲେ ଧର୍ମେନ୍ଦ୍ର

Entrackr

ବ୍ରହ୍ମପୁର : ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆରସି) ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଆଜି ମୁହଁ ଖୋଲିବା ସହିତ ଏ ସମ୍ପର୍କରେ ମତ ରଖିଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ଦେଶରେ ଅରାଜକତା ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଛନ୍ତି। ଏଥିସହିତ, ଏନ୍‌ଆର୍‌ସି କ’ଣ , ସେ ସମ୍ପର୍କରେ ବିଜେଡି ଠିକ୍‌ ଭାବେ ବୁଝିନଥିବା କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ବ୍ରହ୍ମପୁରକୁ ଦିନିକିଆ ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ସିଏଏ ଓ ଏନ୍‌ଆର୍‌ସି ପ୍ରସଙ୍ଗରେ ଗଣମାଧ୍ୟମ ନିକଟରେ ନିଜର ମତ ରଖିଥିଲେ। ସେ କହିଥିଲେ ଯେ, ଯେଉଁମାନେ ସିଏଏ ଓ ଏନ୍ଆରସିକୁ‌ ନେଇ ଦ୍ବନ୍ଦ୍ବ ସୃଷ୍ଟି କରୁଛନ୍ତି ସେମାନେ ଦେଶର ବିକାଶରେ ବାଧକ ତିଆରି କରିବା ଲାଗି ଚାହୁଁଛନ୍ତି। ବିଶେଷକରି ଦେଶରେ କଂଗ୍ରେସ ଏହାକୁ ନେଇ ଅରାଜକତା ସୃଷ୍ଟି କରିବାକୁ ଚାହୁଁଛି। ସେଥିରେ ସେମାନେ ସଫଳ ହେବେନି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସେହିପରି ସିଏଏକୁ ବିଜୁ ଜନତା ଦଳ (ବିଜେଡି) ଲୋକସଭା ଓ ରାଜ୍ୟସଭାରେ ସମର୍ଥନ କରିଛି। ବୋଧହୁଏ ବିଜେଡି ଏନ୍ଆରସି ସମ୍ପର୍କରେ ଠିକ୍‌ ଭାବେ ବୁଝିପାରିନି। ବାଲାଂଦେଶୀ ଅନୁପ୍ରବେଶକାରୀ ଏଠି ରହିବା ଉଚିତ୍ ନୁହେଁ ବୋଲି ସେମାନେ ଜାଣିବା ପରେ ଏହାର ବାସ୍ତବ ସ୍ଥିତିକୁ ହୃଦୟଙ୍ଗମ କରିପାରିବେ ଏବଂ ସମର୍ଥନ ଜଣାଇବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯୁକ୍ତି ବାଢ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe