ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଦୁଇବର୍ଷ ପୂର୍ତ୍ତି, ୨୯ରେ ମନ୍ତ୍ରୀ ପରିଷଦ ବୈଠକ

Advertisment
ମୋଦୀଙ୍କୁ ଚିଠି ଲେଖିଲେ ନବୀନ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଚାଲୁ ରଖାଯାଉ

ଭୁବନେଶ୍ବର : ଆସନ୍ତା ୨୯ ତାରିଖକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିକୁ ଦୁଇ ବର୍ଷ ପୁରିବାକୁ ଯାଉଛି। ସେହିଦିନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ବସିବ। ମିଳିଥିବା ସୂଚନା ଅନୁଯାୟୀ, ସରକାରଙ୍କ ଆଭିମୁଖ୍ୟ ଓ ୨୦୧୯ ନିର୍ବାଚନରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେ ପାଳନ ହୋଇଛି ସେ ନେଇ ସମୀକ୍ଷା କରାଯିବା ସହ ଓଡ଼ିଶାବାସୀଙ୍କୁ ବିଜୁ ଜନତା ଦଳ ଆଉ କେତେ ସୁପ୍ରଶାସନ ଦେଇପାରିବ, ସେ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀଗଣମାନଙ୍କୁ ପରାମର୍ଶ ଦେବେ। ତେବେ ୨୯ ତାରିଖରେ ବୈଠକ କେତେବେଳେ ବସିବ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।

ପ୍ରକାଶଥାଉକି, ଚଳିତ ମାସରେ ଗତ ୧୪ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସବୁ ମନ୍ତ୍ରୀମାନଙ୍କର କାର୍ଯ୍ୟକ୍ରମ ଓ ଦକ୍ଷତା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ବୋଲି ଧାର୍ଯ୍ୟ କରାଯାଇଥିଲା। ଏଥରକ ମନ୍ତ୍ରୀମାନଙ୍କୁ ବିଭିନ୍ନ ରାଙ୍କ୍ ମିଳିବ ମିଳିବ ବୋଲି ମଧ୍ୟ ବ୍ୟବସ୍ଥା ହୋଇଥିଲା। କିନ୍ତୁ ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ଦ୍ବିତୀୟ ଲହରୀ ଯୋଗୁ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe