ଆଜି କ୍ୟାବିନେଟ୍, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ହେବ ବୈଠକ

Advertisment
ବଜେଟକୁ ନେଇ ପ୍ରତିକ୍ରିୟା

ଭୁବନେଶ୍ବର : ଶୁକ୍ରବାର ଦିନ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଧ୍ୟାହ୍ନ ସାଢ଼େ ୧୨ଟାରେ ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ଏହି ବୈଠକ ହେବ। ଗତ ୨୦ ଓ ୨୩ ତାରିଖରେ କ୍ୟାବିନେଟ୍‌ ବସିଥିଲା। ପୁଣି କମ୍ ଦିନ ବ୍ୟବଧାନରେ ଆଉ ଥରେ ବୈଠକ ବସୁଥିବାରୁ ନୂଆ ବର୍ଷ ଓ ପଞ୍ଚାୟତ ନିର୍ବାଚନ ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା ହେବାର ସମ୍ଭାବନା ରହିଛି। ଜାଗା ମିସନ୍ ଉପରେ କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି ନିଆଯାଇପାରେ। ତେବେ ଆଜି ସନ୍ଧ୍ୟାରେ ଶାସକ ଦଳର ବରିଷ୍ଠ ସଭ୍ୟ କିଶୋର ମହାନ୍ତିଙ୍କର ପରଲୋକ ହୋଇଥିବାରୁ କ୍ୟାବିନେଟ୍‌ ବୈଠକ ଘୁଞ୍ଚିବା ନେଇ ମଧ୍ୟ ଆଲୋଚନା ‌ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe