ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଶିକ୍ଷା ଋଣ ଉପରେ ୧୦ %ସୁଧ

Advertisment
ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଶିକ୍ଷା ଋଣ ଉପରେ ୧୦ %ସୁଧ

ଭୁବନେଶ୍ବର: ପୂର୍ବତନ ଛାତ୍ରଛାତ୍ରୀ ନେଉଥିବା ଶିକ୍ଷା ଋଣ ସୁଧ ହାରରେ ରାଜ୍ୟ ସରକାର ପରିବର୍ତ୍ତନ ଆଣିଛନ୍ତି। ନିଯୁକ୍ତି କିମ୍ବା ନିଯୁକ୍ତି ପାଇନଥିବା ବିଦ୍ୟାର୍ଥୀଙ୍କର ଋଣ ଉପରେ ୧୦ ପ୍ରତିଶତ ସୁଧ ଧାର୍ଯ୍ୟ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ରାଜ୍ୟର ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା  ବିଭାଗ ଓଡିଶା ଲୋନ ଷ୍ଟାଇପେଣ୍ଡ ଫଣ୍ଡରୁ ଋଣ ଦେଇଥାନ୍ତି । ତେବେ ଧାର୍ଯ୍ୟ ସମୟରେ ଋଣ ପରିଶୋଧ ନକଲେ ରାଜିନାମା ଅନୁଯାୟୀ ୧୦ ପ୍ରତିଶତ ସୁଧ, ନିଯୁକ୍ତି ପାଇନଥିବା ଋଣ ଖିଲାପକାରୀଙ୍କଠାରୁ ୧୫ ପ୍ରତିଶତ ସୁଧ ଆଦାୟ କରାଯିବ । ତେବେ ବିଦ୍ୟାର୍ଥୀଙ୍କ ଠାରୁ ବିଭିନ୍ନ ପ୍ରମାଣପତ୍ର ମଗାଯାଇ ଯାଞ୍ଚ କରାଯିବାର ଆବଶ୍ୟକତା ପଡିବ ନାହିଁ । ବିଭାଗ  ଋଣ ଖିଲାପକାରୀଙ୍କ ଋଣ ଉପରେ ସୁଧର ପରିମାଣ ହିସାବ କରି ଏହାକୁ ୱେବସାଇଟରେ ଅପଲୋଡ କରିବ । ଏହା କରିବା ପରେ ଖିଲାପକାରୀ ତାଙ୍କର ସମଗ୍ର ପରିମାଣ ମୂଳଧନ ଓ ସୁଧ ଏକାଥରେ ଅନଲାଇନରେ ଦେବେ ଓ ସେମାନଙ୍କ ଋଣ ପରିଶୋଧର ପ୍ରମାଣପତ୍ର ବି ସଙ୍ଗେ ସଙ୍ଗେ ନେଇପାରିବେ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe