ଦେଓମାଳି ପ୍ରସଙ୍ଗରେ ସମନ୍ବୟ ବୈଠକ ଡାକ: ବାଚସ୍ପତି

Advertisment

ପର୍ଯ୍ୟଟନ ମନ୍ତ୍ରୀଙ୍କ ଉତ୍ତର ନେଇ ଗୃହରେ ତାରାଙ୍କ ଉଦ୍‌ବେଗ

ପର୍ଯ୍ୟଟନ ମନ୍ତ୍ରୀଙ୍କ ଉତ୍ତର ନେଇ ଗୃହରେ ତାରାଙ୍କ ଉଦ୍‌ବେଗ

ରାଜ୍ୟ ରାଜସ୍ୱ ମ୍ୟାପ୍‌ରେ ଦେଓମାଳି ପର୍ବତ, କୋଟିଆକୁ ସାମିଲ କର: ବିଶାଳ ଓଡ଼ିଶା କ୍ରାନ୍ତି ପରିଷଦ

ଭୁବନେଶ୍ୱର : ଗତ ୩୦ ତାରିଖରେ ବିଧାନସଭାର ପ୍ରଶ୍ନକାଳରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ଏକ ପ୍ରଶ୍ନ ଉତ୍ତର ଦେଲା ବେଳେ କହିଥିଲେ ଯେ ଦେଓମାଳି ପର୍ବତ ରାଜସ୍ବ ବିଭାଗ କିମ୍ବା ଜଙ୍ଗଲ ବିଭାଗ ଖାତାରେ ନାହିଁ। ବିଧାୟକ ତାରାପ୍ରସାଦ ବାହିନୀପତି ଆଜି ବିଧାନସଭାରେ ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ଉଠାଇ କ୍ଷୋଭ ପ୍ରକାଶ କରିଥି‌ଲେ। ସେ କହିଥିଲେ ଯେ ଦେଓମାଳି ପର୍ବତ କୋଟିଆ ପଞ୍ଚାୟତ ଅଧୀନରେ ଆସୁଛି। ଆନ୍ଧ୍ର ସରକାର ଏହି ଅଞ୍ଚଳର ଆଦିବାସୀମାନଙ୍କୁ ଜାତି ସାର୍ଟିଫିକେଟ ଦେଉଛନ୍ତି। କିଛି ଦିନ ତଳେ ଆନ୍ଧ୍ରର ସରକାରୀ ଅଧିକାରୀମାନେ ୬୦ରୁ ଅଧିକ ଗାଡ଼ିରେ ଆସ ଦେଓମାଳିରେ ‌ଭୋଜି କରିଥିଲେ। ସେମାନଙ୍କର କିଛି ଅନ୍ୟ ଉଦ୍ଦେଶ୍ୟ ଥାଇପାରେ। ପଟ୍ଟାଙ୍ଗି ବ୍ଲକ୍‌ରେ ୧୨ଟି ଗାଁ ଆନ୍ଧ୍ର ନିଜ ଅଧୀନକୁ ନେଇଗଲାଣି। ଏବେ କୋଟିଆ ପଞ୍ଚାୟତ ଉପରେ ଆଖି ପକାଇଛି। ଦେଓମାଳି ପର୍ବତ ଓଡିଶାର ଗର୍ବ ଓ ଗୌରବ। ଯଦି ମନ୍ତ୍ରୀଙ୍କ କହିବା‌ ଅନୁଯାୟୀ ଦେଓମାଳି ପର୍ବତ ଆମ ଖାତାରେ ନାହିଁ, ତେବେ ଆନ୍ଧ୍ର ଏହାକୁ ମାଡ଼ି ବସିବ।

ଏହି ପ୍ରସଙ୍ଗରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ। ଜଙ୍ଗଲ ବିଭାଗ, ରାଜସ୍ବ ବିଭାଗ ଓ ପର୍ଯ୍ୟଟନ ବିଭାଗକୁ ନେଇ ଏକ ସମନ୍ବୟ ବୈଠକ କରି ଦେଓମାଳି ପର୍ବତ ସମ୍ପର୍କରେ ପଦକ୍ଷେପ ନେବାକୁ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ।

ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ଗଣମାଧ୍ୟମକୁ କହିଛନ୍ତି, ଦେଓମାଳି ନେଇ ଓଡ଼ିଶାରେ କୌଣସି ସୀମା ବିବାଦ ନାହିଁ । ରେକର୍ଡ କହୁଛି, ରାଜସ୍ୱ ବିଭାଗ ଓ ଜଙ୍ଗଲ ବିଭାଗ ଖାତାରେ ତଥ୍ୟ ନାହିଁ । ତେବେ ପର୍ବତମାଳା ପରେ ଥିବା ଗାଁଗୁଡିକ ଓଡ଼ିଶାରେ ଅଛି। କିଭଳି ଦେଓମାଳି ରେକର୍ଡକୁ ଅଣାଯିବ ତା ଉପରେ ପଦକ୍ଷେପ ନିଆଯିବ। ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ। ଖୁବଶୀଘ୍ର ବୈଠକ ହୋଇ ସମସ୍ୟାର ସମାଧାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe