‘ମନୋଜ ଦାସ ଜାତୀୟ ସାହିତ୍ୟ ପୁରସ୍କାର’ ପାଇଁ ଦରଖାସ୍ତ ଆହ୍ବାନ: ଆବେଦନର ଶେଷ ତାରିଖ ଅଗଷ୍ଟ ୩୦

Advertisment
‘ମନୋଜ ଦାସ ଜାତୀୟ ସାହିତ୍ୟ ପୁରସ୍କାର’ ପାଇଁ ଦରଖାସ୍ତ ଆହ୍ବାନ: ଆବେଦନର ଶେଷ ତାରିଖ ଅଗଷ୍ଟ ୩୦

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଥମଥର ପାଇଁ ‘ମନୋଜ ଦାସ ଜାତୀୟ ସାହିତ୍ୟ ପୁରସ୍କାର’ ନିମନ୍ତେ ଦରଖାସ୍ତ ଆହ୍ବାନ କରାଯାଇଛି। ଅତି କମ୍‌ରେ ୧୦ଟି ଇଂରାଜୀ ମୌଳିକ ପୁସ୍ତକ ବା ସଂକଳନ ପ୍ରକାଶ ପାଇଥିବା ଯେ କୌଣସି ଭାରତୀୟ ଭାଷାର ଲେଖକମାନେ ଏହି ପୁରସ୍କାର ପାଇଁ ଆବେଦନ କରିପାରିବେ। ରଚନାର ମୌଳିକତା, ସୃଜନାତ୍ମକତା ଓ କଳାତ୍ମକତା ବହୁଳ ଭାବେ ବିଶ୍ଳେଷିତ ହୋଇଥିବା ଦରକାର।

ଲେଖକଙ୍କ ମୌଳିକ ସୃଷ୍ଟି ଅନ୍ୟାନ୍ୟ ବିଦେଶୀ ଭାଷାରେ ଅନୂଦିତ ହୋଇ ପ୍ରକାଶ ପାଇଥିଲେ, ତାହାକୁ ଅଗ୍ରାଧିକାର ଦିଆଯିବା ସହ ତାଙ୍କ ଜୀବନବ୍ୟାପୀ ସାଧନାକୁ ପ୍ରାଧାନ୍ୟ ଦିଆଯିବ। ପାଞ୍ଚଜଣିଆ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବରିଷ୍ଠ ସାହିତ୍ୟିକମାନଙ୍କୁ ନେଇ ଗଠିତ ଏକ ବିଶେଷଜ୍ଞ କମିଟି ଏହି ପୁରସ୍କାରର ବିଜେତାଙ୍କୁ ଚୟନ କରିବ। ବିଭାଗୀୟ ଶାସନ ସଚିବ ଏହାକୁ ପରିଚାଳନା କରିବେ। ତେବେ ମରଣୋତ୍ତର ଭାବେ ଏହି ପୁରସ୍କାର କୌଣସି ସାହିତ୍ୟିକଙ୍କୁ ପ୍ରଦାନ କରାଯିବ ନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି। ଆବେଦନକାରୀମାନେ ଅଗଷ୍ଟ ୩୦ ତାରିଖ ସୁଦ୍ଧା ସଂସ୍କୃତି ବିଭାଗ କାର୍ଯ୍ୟାଳୟକୁ ଡାକ ଯୋଗେ କିମ୍ବା ବିଭାଗର ମେଲ୍‌ ଆଇଡି directorateofculture@gmail.comରେ ଆବେଦନ ପଠାଇ ପାରି‌ବେ। ଆବେଦନ ସମ୍ବନ୍ଧୀୟ ସମସ୍ତ ତଥ୍ୟ ବିଭାଗୀୟ ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି। ସୂଚନାଯୋଗ୍ୟ ଯେ ଏହି ପୁରସ୍କାର ବାବଦ‌ରେ ୧୦ ଲକ୍ଷ ଟଙ୍କାର ଅର୍ଥରାଶି ସହିତ ତାମ୍ରଫଳକ ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe