ଭବାନୀପାଟଣା : ସ୍ୱଦେଶୀ ଦୀପାବଳି ପାଳନ କରିବାକୁ ଆହ୍ୱାନ

Advertisment
ଭବାନୀପାଟଣା : ସ୍ୱଦେଶୀ ଦୀପାବଳି ପାଳନ କରିବାକୁ ଆହ୍ୱାନ

ଭବାନୀପାଟଣା : କଳାହାଣ୍ଡି ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଧନତେରସ ଅବସରରେ ଚୀନ ସାମଗ୍ରୀ ବର୍ଜ୍ଜନ କାର୍ଯ୍ୟକ୍ରମ ଆଜି ସନ୍ଧ୍ୟାରେ ଭବାନୀପାଟଣା ସହରସ୍ଥିତ ଗାନ୍ଧୀ ଛକ ଠାରେ ଅନୁଷ୍ଠିତ ହୋଇଥିଲା। ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା ସଭାପତି ଶାନ୍ତନୁ କୁମାର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଞ୍ଚର ପ୍ରାନ୍ତୀୟ ସଦସ୍ୟ ମନୋଜ କୁମାର ନାୟକ, କେନ୍ଦ୍ରୀୟ ସଦସ୍ୟ କୈଶବ ବିହାରୀ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନଗର ସହ ସମ୍ପାଦକ ଅଭିଷେକ ନାଏକ ପ୍ରମୁଖ ଚୀନ ବସ୍ତୁ ବର୍ଜ୍ଜନ ପାଇଁ ଆହ୍ୱାନ ଦେଇ ସ୍ୱଦେଶୀ ଗ୍ରହଣ କରିବା ସହିତ ସ୍ୱାବଲମ୍ବୀ ଭାରତ ନିର୍ମାଣ ପାଇଁ ଆହ୍ୱାନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମଞ୍ଚର ଜିଲ୍ଲା ସମ୍ପର୍କ ପ୍ରମୁଖ ଗଜିନ୍ଦ୍ର ଡାକୁଆ ,ଏ ବି ଭି ପି ଜିଲ୍ଲା ସଙ୍ଗଠନ ସମ୍ପାଦକ ବୁଦ୍ଧଦେବ ବାଗ,ମୁକେଶ ବେହେରା , ବିଶ୍ବ ହିନ୍ଦୁ ପରିଷଦ ଜିଲ୍କା ସମ୍ପାଦକ ସେବକରାମ ସାହୁ, ଜିତୁ ପ୍ରଧାନ, ତ୍ରିଭୁବନ ଜେନା, କଳାହାଣ୍ଡି ଅଟୋ ଆସୋସିଏସନ ସଭାପତି ଚିନ୍ମୟ ବେହେରାଙ୍କ ସମେତ ଶତାଧିକ ଅଟୋ ଡ୍ରାଇଭର ଓ କାର୍ଯ୍ୟକାର୍ତ୍ତା ଉପସ୍ଥିତ ରହି ଚୀନ ସାମଗ୍ରୀ ସମ୍ପୂର୍ଣ୍ଣ ବର୍ଜ୍ଜନ କରି ସ୍ୱଦେଶୀ ଦୀପାବଳୀ ପାଳନ ସହିତ ସ୍ୱାବଲମ୍ବୀ ଭାରତ ନିର୍ମାଣ ପାଇଁ ଶପଥ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe