ନୀଳମାଧବ ପାଣିଗ୍ରାହୀ ପୁରସ୍କାର ପାଇଁ ଦରଖାସ୍ତ ଆହ୍ବାନ

ନୀଳମାଧବ ପାଣିଗ୍ରାହୀ ପୁରସ୍କାର ପାଇଁ ଦରଖାସ୍ତ ଆହ୍ବାନ

Sambalpur University

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯାଉଥିବା ଡ. ନୀଳମାଧବ ପାଣିଗ୍ରାହୀ ବାର୍ଷିକ ପୁରସ୍କାର ପାଇଁ ଆବେଦନ ଆହ୍ବାନ କରାଯାଇଛି। ଗତ ୨୦୧୯, ୨୦୨୦ ଏବଂ ୨୦୨୧ ବର୍ଷ ସକାଶେ ଆଗ୍ରହୀ ବ୍ୟକ୍ତି ବିଶେଷ ତଥା ସଂଗଠନମାନଙ୍କଠାରୁ ଆବେଦନ ପତ୍ର ଆମନ୍ତ୍ରଣ କରାଯାଉଛି। ଉକ୍ତ ପୁରସ୍କାର ପାଇଁ ଦାଖଲ କରାଯାଉଥିବ ପୁସ୍ତକଟି ମୂଳ ସଂସ୍କୃତ, ହିନ୍ଦୀ କିମ୍ବା ବଙ୍ଗଳା ଭାଷାରୁ ସମ୍ବଲପୁରୀ-କୋଶଳୀ ଭାଷାରେ ଅନୁଦିତ ହୋଇଥିବ କିମ୍ବା ସମ୍ବଲପୁରୀ-କୋଶଳୀ ଭାଷାରେ ରଚିତ ମୌଳିକ ପୁସ୍ତକ ହୋଇଥିବା ବାଞ୍ଛନୀୟ ।

୧୦୦ରୁ କମ୍ ପୃଷ୍ଠା ସମ୍ବଳିତ ପୁସ୍ତକକୁ ବିଚାରକୁ ନିଆଯିବ ନାହିଁ। ଆବେଦନ ପତ୍ର ସହିତ ୬ ଖଣ୍ଡ ପୁସ୍ତକ ବିଶ୍ଵବିଦ୍ୟାଳୟ ଗ୍ରନ୍ଥାଗାରିକଙ୍କ ଠିକଣାରେ ଆସନ୍ତା ଅଗଷ୍ଟ ୩ ତାରିଖ ସୁଦ୍ଧା ପହଞ୍ଚିବା ଆବଶ୍ୟକ। ସବିଶେଷ ବିବରଣୀ ପାଇଁ ଗ୍ରନ୍ଥାଗାରିକଙ୍କ ସହିତ ମୋବାଇଲ ନମ୍ବର  (୯୮୬୧୬୫୫୨୩୩/୮୩୨୭୭୨୪୪୫୦) ରେ ଯୋଗାଯୋଗ କରିବାକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe