ବଜ୍ରପାତରେ ଓଟ ମାଲିକଙ୍କ ମୃତ୍ୟୁ

Advertisment
ବଜ୍ରପାତରେ ଓଟ ମାଲିକଙ୍କ ମୃତ୍ୟୁ

Empower IAS

ରିଆମାଳ: ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଦେଓଝରଣ ଗ୍ରାମରେ ଗୁରୁବାର ଅପରାହ୍‌ଣ ୨ଟାରେ ବଜ୍ରପାତରେ ଜଣେ ଓଟ ମାଲିକ ଉତ୍ତରପ୍ରଦେଶ ରାଜ୍ୟ ମିର୍ଜାପୁର‌‌ ଜିଲ୍ଲାର ମହେନ୍ଦ୍ର ଚାନ୍ଦଙ୍କ ପୁଅ ଦୀପ ଚାନ୍ଦ (୨୨)ଙ୍କ ମୃତ୍ୟୁ ହୋଇଯାଇଛି। ଦୀପ ରିଆମାଳ ବ୍ଲକ୍‌ରେ ଓଟ ବୁଲାଇ ଭିକ୍ଷାବୃତ୍ତି କରୁଥିଲେ। ଗୁରୁବାର ସେ କୁଣ୍ଢେଇଗୋଳା ଅଞ୍ଚଳରେ ବୁଲୁଥିବା ବେଳେ ଦିନ‌ ୨ ଟାରେ ବର୍ଷା ସହ ଘଡଘଡି ହୋଇଥିଲା। ସେ ଓଟ ଛାଡି ଚାଲି ଯାଇ ପାରି ନ ଥିଲେ।

ଏହି ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟ ହୋଇଥିଲା। ଖବରପାଇ କୁଣ୍ଢେଇଗୋଳା ଥାନା ଅଧିକାରୀ ସରୋଜ ସେଠୀ ସଦଳବଳ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ତାଙ୍କ ଶବକୁ ପରିବାର ଲୋକଙ୍କ‌ ପାଖରେ ପହଞ୍ଚାଇବାକୁ ତାଙ୍କ ସହଯୋଗୀମାନେ ପ୍ରଶାସନ ପାଖରେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe