ବନ୍ଧୁକମୁନରେ ଫଟୋଗ୍ରାଫରଙ୍କ ଠାରୁ ଡକାୟତି; ଲୁଟିନେଲେ କ୍ୟାମେରା ସମେତ ୭ଲକ୍ଷ ଟଙ୍କାର ସାମଗ୍ରୀ

Advertisment
ବନ୍ଧୁକମୁନରେ ଫଟୋଗ୍ରାଫରଙ୍କ ଠାରୁ ଡକାୟତି; ଲୁଟିନେଲେ କ୍ୟାମେରା ସମେତ ୭ଲକ୍ଷ ଟଙ୍କାର ସାମଗ୍ରୀ

ଦେଓଗାଁ: ବନ୍ଧୁକମୁନରେ ଜଣେ ଫଟୋଗ୍ରାଫରଙ୍କ ଠାରୁ ଆଜି ଦୁର୍ବୃତ୍ତମାନେ କ୍ୟାମେରା ସମେତ ପ୍ରାୟ ୭ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟ କରିଥିବା ଅଭିଯୋଗ ହୋଇଛି। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ତୁଷୁରା ଥାନା ଅଞ୍ଚଳରେ ଆଜି ଏହିଭଳି ଅଭିଯୋଗ ହୋଇଛି। ପର୍ଯ୍ୟଟନ ସ୍ଥଳୀ ଭୀମଡୁଙ୍ଗୁରୀକୁ ଫଟୋ ସୁଟ ପାଇଁ ଯାଇଥିବା ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ଷ୍ଟୁଡିଓ ମାଲିକ ଲୁଟ୍‌ର ଶିକାର ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଟିଟିଲାଗଡ଼ ସହରର ଫଟୋ ଷ୍ଟୁଡିଓ ମାଲିକ ଶୁଶାନ୍ତ ଶେଖର ହୋତା ଓ ତାଙ୍କ ଦୁଇ ସହଯୋଗୀ ରାହୁଲ ଜୁଆଡ ଓ ସୁନୀଲ ଭୋଇ ଆଜି ଭୀମପାହାଡ଼କୁ ସୁଟିଂ ପାଇଁ ଯାଉଥିଲେ। ହେଲେ ସେମାନଙ୍କର ଯିବା ରାସ୍ତାରେ ୪ ଜଣ ମୁଖାପିନ୍ଧା ଡକାୟତ ରୁଗୁଡ଼ିପାଲି ଗାଁ ମୁଣ୍ଡରେ ଏମାନଙ୍କୁ ବନ୍ଧୁକ ଦେଖାଇ ଲୁଟ କରିଥିଲେ। ୨ଟି ଦାମୀ କ୍ୟାମେରା ସହ କ୍ୟାମେରାରେ ଲାଗୁଥିବା ଅନ୍ୟାନ୍ୟ ଯନ୍ତ୍ରପାତି ବି ନେଇଯାଇଥିବା ଅଭିଯୋଗ ହୋଇଛି। ଲୁଟ ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୭ଲକ୍ଷ ଟଙ୍କା ହେବ ବୋଲି ଷ୍ଟୁଡିଓ ମାଲିକ କହିଛନ୍ତି। ଲୁଟ୍‌ ନେଇ ଅଭିଯୋଗ ପାଇବା ପରେ ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe