ଆଦିବାସୀଙ୍କ ବିକାଶ ପାଇଁ ଅଭିଯାନ ଆରମ୍ଭ

Advertisment

କାର୍ଡ ଓ ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍‌ ଓଡ଼ିଶା ମଧ୍ୟରେ ୫ ବର୍ଷିଆ ଚୁକ୍ତି ସ୍ବାକ୍ଷରିତ

କାର୍ଡ ଓ ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍‌ ଓଡ଼ିଶା ମଧ୍ୟରେ ୫ ବର୍ଷିଆ ଚୁକ୍ତି ସ୍ବାକ୍ଷରିତ

ଅନ୍ଧାରରେ ୩୯୮ ଆଦିମ ଜନଜାତି ଗଁା: ବିକାଶ ଏଠି ସାତସପନ, ଗଜପତି ସ୍ଥିତି ସଙ୍ଗିନ

Live Law

ଭୁବନେଶ୍ୱର : ସେଣ୍ଟର୍‌ ଫର୍‌ ଆଦିବାସୀ ରିସର୍ଚ୍ଚ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ୍‌, ଓଡ଼ିଶା( କାର୍ଡ) ଏବଂ ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍‌ ଓଡ଼ିଶା ମଧ୍ୟରେ ଆଜି ଏକ ପାଞ୍ଚ ବର୍ଷିଆ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଆଦିବାସୀଙ୍କ ବିକାଶ ପାଇଁ ଅାବଶ୍ୟକ ଗବେଷଣାରେ ସହାୟକ ହେବା ସହିତ ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ସାମଜିକ ଜୀବନ ବିକାଶରେ ସହାୟକ ହେବ। ଏବଂ, ଭାରତର ନୂଆ ବିକାଶ ଓଡ଼ିଶାରୁ ଆରମ୍ଭ ହେଲା ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍‌ ଓଡ଼ିଶାର କୁଳପତି ପ୍ରଫେସର ଶରତ କୁମାର ପାଳିତ ଓ କାର୍ଡର ନିର୍ଦ୍ଦେଶକ ଡକ୍ଟର ବିକ୍ରମ କେଶରୀ ଜେନା ପୌରୋହିତ୍ୟ କରିଥିଲେ। ମୁଖ୍ୟଅତିଥି ଭାବରେ ବିକ୍ରମଶିଳା ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରଫେସର ସୁଦୀପ୍ତ କୁମାର ନନ୍ଦ ଯୋଗଦେଇ କହିଥିଲେ, ଏହି ଚୁକ୍ତି ଫଳରେ ଉଭୟ ଅନୁଷ୍ଠାନ ଆଦିବାସୀମାନଙ୍କ ବିକାଶ କ୍ଷେତ୍ରରେ ସମନ୍ୱୟ ଭାବରେ କାମ କରିବାରେ ସହାୟକ ହେବ। ପରବର୍ତ୍ତୀ ସମୟରେ କାର୍ଡ ସହ ଯୋଡି ହୋଇ ବିଭିନ୍ନ ଅନୁଷ୍ଠାନମାନଙ୍କୁ କାମ କରିବାକୁ ଆହ୍ୱାନ ଦେଇଥିଲେ ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ। ଓଡ଼ିଶାରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏହି ଚୁକ୍ତି ଏକ ମଇଲଖୁଣ୍ଟ ସ୍ଥାପନ କରିବ ବୋଲି ସେ ମତପୋଷଣ କରିଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ନାୟକ କହିଥିଲେ, ଆଦିବାସୀ ବିକାଶ କ୍ଷେତ୍ରରେ ଗବେଷଣାର ଉପଯୋଗିତା ଏକାନ୍ତ ଆବଶ୍ୟକ । ଏହି ଚୁକ୍ତି ନିଶ୍ଚିତ ଭାବରେ ଓଡ଼ିଶାରେ ଆଦିବାସୀମାନଙ୍କ ଶିକ୍ଷା ସ୍ୱାସ୍ଥ୍ୟ ଓ ସାମାଜିକ ଜୀବନରେ ବିକାଶ ପାଇଁ ସହାୟକ ହେବ। ସେମାନଙ୍କ କଳାସଂସ୍କୃତି ଭାଷା ଓ ପରିଚୟକୁ ସୁରକ୍ଷା ମିଳପାରିବ। ସେଥିପ୍ରତି ଉପଯୁକ୍ତ ସରକାରୀ ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

publive-image Free Press Journal

ଏହି ଚୁକ୍ତି କାର୍ଡକୁ ଆଉ ପାଦେ ନେଇ ଅଧିକ ସମ୍ବେଦନଶୀଳ ଭାବେ ଆଦିବାସୀ ସମସ୍ୟା ଓ ଶିକ୍ଷାକ୍ଷେତ୍ରରେ ସୃଜନଶୀଳ ପଦକ୍ଷେପ ନେବ ବୋଲି କୋଲକାତା ଏନୟୁଯେଏସ୍‌ ପ୍ରଫେସର ଶ୍ରୀନିବାସ ଏନ୍‌ ଏସ୍‌ କହିଥିଲେ। ଆଦିବାସୀ ସଂସ୍କୃତିର ଅବକ୍ଷୟକୁ ରୋକିପ‌ାରିବ ବୋଲି ବିଶିଷ୍ଟ ସମାଜସେବୀ ଓ ରାଜନୀତିଜ୍ଞ ଶାରଦା ପ୍ରସାଦ ଶତପଥୀ କହିଥିଲେ। ପଦ୍ମଶ୍ରୀ ପ୍ରଫେସର ଦମୟନ୍ତୀ ବେଶ୍ରା ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରେ କିପରି ଆଦିବାସୀ ଭାଷାର ବିକାଶ ହୋଇପାରିବ ଓ ଆଦିବାସୀ ଯୁବବର୍ଗ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ, ସେନେଇ ଆଲୋକପାତ କରିଥିଲେ। କଠିନ ପରିଶ୍ରମ ଉଭୟ ଅନୁଷ୍ଠାନ ମଧ୍ୟରେ ସହଯୋଗିତା ନିଶ୍ଚିତ ଏହି ଚୁକ୍ତିର ଉଦ୍ଦେଶ୍ୟକୁ ସାକାର କରିବ ବୋଲି କହିଥିଲେ ନେତାଜୀ ସୁଭାଷ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୌରାଙ୍ଗ ଚରଣ ନନ୍ଦ। ସେହିଭଳି ଗୁଜରାଟ ଏନ୍‌ଆର୍‌ଟିଆଇ ବରିଷ୍ଠ ଐତିହାସିକ ଚଣ୍ଡୀ ପ୍ରସାଦ ନନ୍ଦ କହିଥିଲେ, ଏହି ଚୁକ୍ତି କୋରାପୁଟକୁ ଦେଶର ଆଦିବାସୀ ରାଜଧାନୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ସମାଜବିଜ୍ଞାନର ବିକାଶ , ଯୁବ ଦକ୍ଷତା ବିକାଶ , ସଂସ୍କୃତିର ବିକାଶ ସହିତ ବିଶ୍ୱ ମାନଚିତ୍ରରେ ଓଡ଼ିଶାର ପ୍ରାଧାନ୍ୟ ବୃଦ୍ଧି କରିବ ବୋଲି ଓଡ଼ିଶା ଲୋକସେବା ଆୟୋଗର ସଚିବ ମତ ରଖିଥିଲେ ।

publive-image Flickr

ଆଦିବାସୀ ମହିଳା ମାନଙ୍କ ଶିକ୍ଷା ଓ ସାମାଜିକ ସ୍ଥିତିରେ ବିକାଶ ଆଣିବା ଗବେଷଣା ଓ ରାଜନୈତିକ ଜ୍ଞାନ ପ୍ରଦାନ କରିବା କ୍ଷେତ୍ରରେ ଜନସଚେତନତା ସୃଷ୍ଟି କରିବା ପାଇଁ ଚୁକ୍ତି ସହାୟକ ହେବ ବୋଲି କହିଥିଲେ ପ୍ରଫେସର ସଂଗୀତା ରଥ। ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବାସା, ବିଶିଷ୍ଟ ଲେଖକ ଓ ବକ୍ତା ଚାରୁଦତ୍ତ ପାଣିଗ୍ରାହୀ ଏବଂ ସେଣ୍ଟ୍ରାଲ ଉନିଭର୍ସିଟି ଅଫ୍‌ ଓଡ଼ିଶାର ରେଜିଷ୍ଟ୍ରର ଡାକ୍ତର ଅସିତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ କାର୍ଡ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରୁଦ୍ରନାରାୟଣ ଦାଶ ସ୍ୱାଗତ ଭାଷଣ ଦେଇଥିବାବେଳେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଶିଷ କୁମାର ଦ୍ବିବେଦୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଫେସର ବିକଳି ଚରଣ ଦାସ , ପ୍ରଫେସର ସୁଦର୍ଶନ ମିଶ୍ର , ପ୍ରଫେସର ସୁବାସ ବାରିକ , ପ୍ରଫେସର ଲୋକନାଥ ମିଶ୍ର , ପ୍ରଫେସର ଲଷ୍ମୀକାନ୍ତ ମିଶ୍ର, ପ୍ରଫେସର ଅମୂଲ୍ୟ ଆଚାର୍ଯ୍ୟ , ଅଧ୍ୟାପକ ଶୁଭମ ଦାସ , ଡ. କମଳ ପ୍ରସାଦ ମହାନ୍ତି , ସମୁଏଲ ଲିମା , ଡ. ପ୍ରୀତିଶ୍ରୀ ରଞ୍ଜନ , ଡ. ନୂପୁର ପଟନାୟକ , ଡ. ଶ୍ରବଣ ବାଗ, ଡ. ନିନା ଦାଶ , କାର୍ଡର ଅନ୍ୟତମ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଚିନ୍ମୟ ସାହୁ କାର୍ଡର ସମସ୍ତ ଉପଦେଷ୍ଟା ଓ ସଦସ୍ୟ ଓ ବିଶ୍ୱବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା , କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହାୟତା କରିଥିଲେ। ସଭା ଶେଷରେ ସେଣ୍ଟ୍ରାଲ ଉନିଭର୍ସିଟି ଅଫ୍‌ ଓଡ଼ିଶାରର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ରାମ ଶଙ୍କର ଧନ୍ୟବାଦ ପ୍ରଦାନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe