ଝାରବନ୍ଧରେ ବିଜେପିର ବରିଷ୍ଠ ନେତାଙ୍କ ପ୍ରଚାର 

Advertisment
ଝାରବନ୍ଧରେ ବିଜେପିର ବରିଷ୍ଠ ନେତାଙ୍କ ପ୍ରଚାର 

ଝାରବନ୍ଧ: ପଦ୍ମପୁର ଉପ ନିର୍ବାଚନର ପ୍ରଚାର ରେ ଆସିଥିବା କେନ୍ଦ୍ରର ବିଜେପି ଉପାଧ୍ୟାକ୍ଷ ବୈଜୟନ୍ତ ପଣ୍ଡା ଓ ଡା. ସମ୍ବିତ ପାତ୍ର ବିଜେଡି ସରକାରକୁ ଶାସନକାଳର ହିସାବ ମାଗିଛନ୍ତି। ଚାଷୀଙ୍କୁ ୩୩ ପ୍ରତିଶତ ଜମିରେ ଜଳସେଚନ ପ୍ରତିଶ୍ରୁତି, ବୀମା ରାଶି ପ୍ରଦାନରେ ରୋକ୍‌, ଡାକ୍ତର ଅଭାବ ଆଦି ପ୍ରସଂଗ ନେଇ ଉଭୟ ନେତା ଜୋର୍‌ ବର୍ଷିଛନ୍ତି।

ଧାମନଗରର ପ୍ରତିଫଳନ ପଦ୍ମପୁରରେ ହେବ ବୋଲି ଦୁହେଁ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।  ଧାନ କଟ୍‌ନି ଛଟ୍‌ନି କରି କୋଟି କୋଟି ଟଙ୍କା ଲୁଟ କରି ଏବେ ଚାଷୀଙ୍କୁ ୨ ହଜାର ଲେଖାଏଁ ଦେଇ  ପ୍ରଶଂସା ନେବାକୁ ଉଦ୍ୟମ ଚାଲିଛି ବୋଲି ବିଜେପି ନେତା ଦ୍ବୟ ଅଭିଯୋଗ କରିଥିଲେ। ସାଂସଦ ସୁରେଶ ପୂଜାରୀ, ବିଧାୟକ ବୋଧନ ମୁର୍ମୁ, ଛତିଶଗଡ଼ ନେତା ଚୁନିଲାଲ ସାହୁ, ରୂପକୁମାରୀ ଚୌଧୁରୀ, ଡା ଲମ୍ବୋଦର ପଣ୍ଡା, ଗୋବର୍ଦ୍ଧନ ଅଗ୍ରୱାଲ, ମିଳନ ପାଣ୍ଡେ, ଦୁର୍ଗାପ୍ରସାଦ ଅଗ୍ରୱାଲ, ଡା. ମୋହନ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe