ରାଉରକେଲା: ରାଉରକେଲା ବିଧାନସଭା ଆସନରୁ ନିର୍ବାଚିତ ବିଜେଡି ବିଧାୟକ ସାରଦା ନାୟକଙ୍କ ନାମରେ ପରାଜିତ ବିଜେପି ପ୍ରାର୍ଥୀ ନିହାର ରାୟ ସୋମବାର ଏକ ନିର୍ବାଚନୀ ମାମଲା ରୁଜୁ କରିଛନ୍ତି। ଅଫିସ୍ ଅଫ୍ ପ୍ରଫିଟ୍ ଓ ମିଥ୍ୟା ସତ୍ୟପାଠ ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି।
ସୂଚନାଯୋଗ୍ୟ, ବିଧାୟକ ସାରଦା ନାୟକଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ସହ ନିହାର ରାୟଙ୍କୁ ବିଜୟୀ ଘୋଷଣା ଲାଗି ଆବେଦନ କରାଯାଇଛି। ସେହିପରି ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାମରେ ନନ୍ଦିନ୍ଦୀ ଦେବୀ ବି ଏକ ନିର୍ବାଚନୀ ମାମଲା ରୁଜୁ କରିଛନ୍ତି। ରମେଶ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅବମାନନା କରିଥିବା ନେଇ ଅଭିଯୋଗ ହୋଇଛି। ଅପରାଧିକ ପୃଷ୍ଠଭୂମି ଥିଲେ ୩ଥର ଗଣମାଧ୍ୟମରେ ଜଣାଇବା ନେଇ ନିର୍ଦ୍ଦେଶ ଥିଲା। ତେବେ ରମେଶ ଗଣମାଧ୍ୟମରେ ଅପରାଧିକ ପୃଷ୍ଠଭୂମିକୁ ନେଇ କିଛି ବି ଜଣାଇ ନଥିବା ନେଇ ସେ ଅଭିଯୋଗ କରିଛନ୍ତି। ତେଣୁ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ନନ୍ଦିନୀ ଦେବୀ ଆବେଦନ କରିଛନ୍ତି।
Follow Us