ଭୁବନେଶ୍ୱର : କେଏମ୍ବିବି କଲେଜ ଅଫ୍ ଇଞ୍ଜିନୟରଂ ଆଣ୍ଡ୍ ଟେକ୍ନଲୋଜିରେ ଆମେରିକିର ଏକ କମ୍ପାନି ରଙ୍ଗମ ଇନ୍ଫୋଟେକ୍ ଦ୍ୱାରା କ୍ୟାମ୍ପସ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଇଞ୍ଜିନୟରଂ କଲେଜର ପ୍ରାୟ ତିନିଶହ ଛାତଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ସର୍ବାଧିକ ଛାତ୍ରଛାତ୍ରୀ କେଏମ୍ବିବିର ଚୟନ କରାଯାଇଥିଲା। କେଏମ୍ବିବିର ଗୁଣାତ୍ମକ ଶିକ୍ଷା ନେଇ ରଙ୍ଗମର ଏଚ୍ଆର୍ ମ୍ୟାନେଜର୍ ଶିଳ୍ପା କଦମ, ପ୍ରୀତି ମିଶ୍ର ଅନୁଷ୍ଠାନକୁ ପ୍ରଶଂସା କରିଥିଲେ। କଲେଜର ଟ୍ରେନିଂ ଆଣ୍ଡ ପ୍ଲେସମେଣ୍ଟ୍ ଅଧିକାରୀ ଅଭିଜିତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନିର୍ଦେଶକ ଦେବୀତୋଷ ଆଚାର୍ଯ୍ୟ କୃତୀ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିିପତ୍ର ପ୍ରଦାନ କରିଥିଲେ। ନିର୍ଦେଶକ(ଆଡମିନଷ୍ଟ୍ରେସନ) ପ୍ରଫେସର ସରୋଜ ପଣ୍ଡା, ନିର୍ଦେଶକ(ଏକାଡେମିକ୍ସ) ଡ. ଧନଦାକାନ୍ତ ମିଶ୍ର ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us