କେଏମ୍‌ବିବିରେ ‘ପିଓଲ୍ ସଲ୍ୟୁସନ୍‌ସ’ର କ୍ୟାମ୍ପସ୍‌ ଚୟନ

Advertisment
କେଏମ୍‌ବିବିରେ ‘ପିଓଲ୍ ସଲ୍ୟୁସନ୍‌ସ’ର କ୍ୟାମ୍ପସ୍‌ ଚୟନ

??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ ଦଳେଇପୁଟଠାରେ ଥିବା କନକ ମଂଜରୀ ବ୍ରଜବନ୍ଧୁ ବୈଷୟିକ ମହାବିଦ୍ୟାଳୟ (କେଏମ୍‌ବିବି)ରେ ସୋମବାର ଦିନ ବେଙ୍ଗାଲୁରୁର ଜଣାଶୁଣା ସିଷ୍ଟମ୍ସ, ଆପ୍ଲିକେସନ୍ ଓ ପ୍ରଡକ୍ଟ କନ୍ସଲଟିଂ କମ୍ପାନି ପିଓଲ୍ ସଲ୍ୟୁସନ୍ସ ପ୍ରା ଲିଃ ପକ୍ଷରୁ ଏକ କ୍ୟାମ୍ପସ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେଏମ୍‌ବିବି ବୈଷୟିକ ମହାବିଦ୍ୟାଳୟର କଂପ୍ୟୁଟର ସାଇନ୍ସ, ଇଲେକ୍ଟ୍ରିକାଲ୍ ଇଂଜିନିୟରିଂ, ଇଲେକ୍ଟ୍ରିକାଲ୍ ଆଣ୍ତ ଇଲେକ୍ଟ୍ରୋନିକ୍ସ ଇଂଜିନିୟରିଂ, ଇଲେକ୍ଟ୍ରୋନିକ୍ସ ଆଣ୍ତ କମ୍ପ୍ୟୁଟର ସାଇନ୍ସ ବିଭାଗର ଛାତ୍ରଛାତ୍ରୀଙ୍କ ସହ ଅନ୍ୟ ବୈଷୟିକ ବିଭାଗର ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ।

ଚୟନ ପ୍ରକ୍ରିୟାରେ କେଏମ୍‌ବିବି ଛାତ୍ରଛାତ୍ରୀଙ୍କ ଦକ୍ଷତା ଓ ପ୍ରସଙ୍ଗ କୁଶଳତା ଦେଖି କମ୍ପାନିରୁ ଯୋଗ ଦେଇଥିବା ଅଧିକାରୀ ଜି. ପ୍ରମୋଦ ଓ ଜି.ମହେଶ ସେମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଚୟନ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ପ୍ଲେସମେଂଟ୍ ବିଭାଗର ମୁଖ୍ୟ ପ୍ରଫେସର ମନମୋହନ ସାହୁ ସଂଯୋଜନା କରିଥିବା ବେଳେ ପ୍ରଫେସର ସ୍ବାଗତିକା ପାତ୍ର, ସଂଗ୍ରାମ କେଶରୀ ତ୍ରିପାଠୀ, ବିଖ୍ୟାତ ଅଧିକାରୀ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ପିଓଲ୍ ସୋଲ୍ୟୁସନ୍‌ର ଅଧିକାରୀଙ୍କୁ କେଏମ୍‌ବିବି ପକ୍ଷରୁ ମହାବିଦ୍ୟାଳୟର ପ୍ରିନ୍ସପାଲ୍ ସୌମ୍ୟଦର୍ଶନ ମହାନ୍ତି ସମ୍ବର୍ଦ୍ଧନା ଦେଇଥିଲେ। କ୍ୟାମ୍ପସ ଚୟନ ପ୍ରକ୍ରିୟା ପାଇଁ ପିଓଲ୍ ସୋଲ୍ୟୁସନ୍ସ କେଏମ୍‌ବିବିକୁ ଚୟନ କରିଥିବାରୁ କମ୍ପାନି କର୍ତ୍ତୃପକ୍ଷଙ୍କୁ କେଏମ୍‌ବିବିର ଅଧ୍ୟକ୍ଷ ତଥା ଖଣ୍ତପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓ ମହାବିଦ୍ୟାଳୟ ନିର୍ଦ୍ଦେଶକ (ପ୍ରଶାସନ) ସରୋଜ କୁମାର ପଣ୍ଡା ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe