ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଗଲା

Advertisment
ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଗଲା

DW

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ଟି ହେଉଛି ଗଞ୍ଜେଇ ଚାଷର ପେଣ୍ଠସ୍ଥଳୀ। ବର୍ତ୍ତମାନ ବୌଦ୍ଧ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ କଣ୍ଟାମାଳ ପୁଲିସ ଆକ୍ସନ ମୋଡ୍‌ରେ ଆସି ବେଆଇନ୍ ଗଞ୍ଜେଇ ଗଛ କାଟି ନଷ୍ଟ କରିବା ପ୍ରୟାସ ଜାରି ରଖିଛି। ଏହି କ୍ରମରେ କଣ୍ଟାମାଳ ରେଞ୍ଜ ଅଧୀନ ଲମ୍ବଶରୀ ପଞ୍ଚାୟତ ଅନ୍ତର୍ଗତ ଖମାର ଓ ଖଇରମାଲ୍ ସଂରକ୍ଷିତ ଜଙ୍ଗଲରୁ ବ୍ୟାପକ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି।

କଣ୍ଟାମାଳ ଥାନାଧିକାରୀ ନଳିନୀକାନ୍ତ ଦାସଙ୍କ ନେତୃତ୍ୱରେ ବୁଧବାର ସମସ୍ତ କର୍ମଚାରୀ ମିଳିତ ଚଢ଼ଉ କରି ୩୭ ଏକର ଜାଗାରେ ଚାଷ ହୋଇଥିବା ପାଖାପାଖି ୫୫ ହଜାର ୫ ଶହ ଗଞ୍ଜେଇ ଗଛ କାଟିବା ପରେ ପୋଡ଼ି ନଷ୍ଟ କରିଥିଲେ। ଏ ସମ୍ପର୍କରେ ଥାନାରେ କେସ୍‌ ନଂ. ୧୭୫/୨୨ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନାଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଏଭଳି ଅଭିଯାନ ଜାରି ରହିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe