(representational immage) Alcohol and Drug Foundation
ଚଣ୍ଡିଖୋଲ: ବଡ଼ଚଣା ଡାକ୍ତରଖାନା ଛକ ନିକଟରୁ ଆଜି ସନ୍ଧ୍ୟାରେ ପୁଲିସ ୧୫ କିଲୋରୁ ଅଧିକ ଗଞ୍ଜେଇ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଦୁଇଜଣଙ୍କୁ ଥାନାରେ ଅଟକ ରଖିଛି। ସୂଚନା ମୁତାବକ, ୧୬ ନମ୍ବର ଜାତୀୟ ରାଜପଥର ବଡ଼ଚଣା ଛକ ନିକଟ ପେଟ୍ରୋଲ ପମ୍ପ ପରିସରରେ ଥିବା ହୋଟେଲର ଜଣେ କର୍ମଚାରୀ ବାହାର ଅଞ୍ଚଳରୁ ଆଣି ଚୋରା ଗଞ୍ଜେଇ ବିକ୍ରି କରୁଥିବା ପୁଲିସକୁ ସୂଚନା ମିଳିଥିଲା।
ଆଜି ସମ୍ପୃକ୍ତ ଅଭିଯୁକ୍ତ ବଡ଼ଚଣା ଛକ ନିକଟରେ ଥିବା ଏକ ପାନ ଦୋକାନରେ ଥିବା ବେଳେ ବଡ଼ଚଣା ଥାନା ଭାରପ୍ରାପ୍ତ ଅଧିକାରୀ ମହମ୍ମଦ ସୁରଜ ସଦଳବଳ ଚଢ଼ଉ କରିଥିଲେ। ସେଠାରୁ ଏକ ଅଖା ଭିତରେ ଥିବା ଗଞ୍ଜେଇକୁ ଜବତ କରିବା ସହ ଏହି କାରବାରରେ ସମ୍ପୃକ୍ତ ଦୁଇ ଯୁବକଙ୍କୁ କାବୁ କରିଥିଲେ। ସେମାନଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି।
Follow Us