Image Courtesy of India Today
ବୌଦ୍ଧ: ବୌଦ୍ଧ ଥାନା ଖଜୁରୀପଡ଼ା ପୋଲ ନିକଟରେ ଅବକାରୀ ବିଭାଗ ଚଢ଼ଉ କରି ୧୫ କେଜି ଗଞ୍ଜେଇ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ବଲିଆଭଟା ଗାଁର ସନ୍ନ୍ୟାସୀ ବରିହା (୨୬ବର୍ଷ), ଥବିର ବାଘ ଓ ଜାମବାହାଲ ଗାଁର ରୋହିତ ସୁନା (୪୦ବର୍ଷ)।
ସନ୍ନ୍ୟାସୀ ଓ ରୋହିତ ବାଇକ୍ (ଓଡି ୧୭ ଡବ୍ଲୁ ୧୧୯୨)ରେ ୮ କିଲୋ ଓ ଥବିର ବାଇକ୍ (ଓଡି ୦୩ ଏମ୍ ୬୭୨୭)ରେ ୭ କିଲୋ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରାପଡ଼ିଥିଲେ। ଏ ନେଇ ଅବକାରୀ ବିଭାଗ ଦୁଇଟି ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଥିଲା।
Follow Us