ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜେଇ ଜବତ, ଜଣେ ଗିରଫ

ତୁଷୁରା: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା କପସିଲା-ତୁଷୁରା ରାସ୍ତାରୁ ପୁଲିସ ଶନିବାର ୫ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ସଇନ୍ତଳା ଥାନା କରଲାବାହାଲି ଗାଁର ସୁଧୀର ସର୍ବ (୩୩)। ପୁଲିସର ସୂଚନା ଅନୁସାରେ, ପେଟ୍ରୋଲିଂ ସମୟରେ କପସିଲା-ତୁଷୁରା ରାସ୍ତାରେ ବାଇକ୍‌ (ଓଡି ୦୩ ଆର୍ ୩୮୪୭)କୁ ସନ୍ଦେହରେ ଅଟକାଇ ଯାଞ୍ଚ କରାଯାଇଥିଲା।

ବାଇକ୍‌ରୁ ଉକ୍ତ ଗଞ୍ଜେଇ ମିଳିଥିଲା। ତୁଷୁରା ତହସିଲଦାର ରବୀନ୍ଦ୍ର ପଟେଲଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରାଯାଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ତୁଷୁରା ଥାନାଧିକାରୀ ସଂଜୀବ ପ୍ରଧାନ ସୂଚନା ଦେଇଛନ୍ତି। ଏହି ଚଢ଼ଉରେ ଏସ୍‌ଆଇ ଭାନୁପ୍ରିୟା ମହାନ୍ତି, ଏଏସ୍‌ଆଇ ଯୋଗେଶ ଧରୁଆ, କନଷ୍ଟେବଳ ସୁଦାମ ସା, ମଙ୍ଗଳା ମାଡକାମୀ, ବଳରାମ କାଲାଗୁରା, ପଞ୍ଚାନନ ମଲ୍ଲିକ, ଅନନ୍ତ ସାହୁ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe