କଣ୍ଟେନର୍‌ ଚେସିସ୍‌ ତଳେ ଗଞ୍ଜେଇ ଚାଲାଣ: ଓଡ଼ିଶାରୁ ସୁରଟ ଲମ୍ବିଛି ଚେର

Advertisment
କଣ୍ଟେନର୍‌ ଚେସିସ୍‌ ତଳେ ଗଞ୍ଜେଇ ଚାଲାଣ: ଓଡ଼ିଶାରୁ ସୁରଟ ଲମ୍ବିଛି ଚେର

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଦେଓଗାଁରୁ ପୁଲିସ ଏକ ଗଞ୍ଜେଇ ଚାଲାଣ କରୁଥିବା କଣ୍ଟେନର୍‌ ଜବତ କରିଛି। କଣ୍ଟେନର୍‌ଟି ଗୁଜରାଟ ନମ୍ବର ଜିଜେ୦୯ଜେଡ଼୍‌-୦୭୦୧ ରହିଥିବା ଏବଂ ଏଠାରୁ ସୁରଟକୁ ଗଞ୍ଜେଇ ଚାଲାଣରେ ଏହି କଣ୍ଟେନର୍‌ ବ୍ୟବହୃତ ହେଉଥିବା ଜଣାପଡ଼ିଛି। ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, କଣ୍ଟେନର୍‌ଟି ଦେଓଗାଁର ଏକ କୁକୁଡ଼ା ଫାର୍ମରେ ରହିଥିଲା। ଏହାର ଚେସିସ୍‌ ତଳେ ଲମ୍ବାରେ ଗଞ୍ଜେଇ ବ୍ୟାଗ୍‌ ସବୁ ସେଲୋ ଟେପ୍‌ ଦ୍ୱାରା ରଖା ଯାଇଥିବା ଦେଖିବାକୁ ମିଳିଛି l

ଏହା କେତେ ‌ଦିନରୁ ଚାଲିଥିଲା, କେଉଁଆଡ଼େ ଚାଲାଣ ହେଉଥିଲା ଓ କେତେ ପରିମାଣ ଗଞ୍ଜେଇ ଏହି କଣ୍ଟେନର୍‌ ଚେସିସ୍‌ରେ ରହିଛି ଏହାର ସଠିକ୍‌ ସୂଚନା ପୁଲିସ ସ୍ପଷ୍ଟ କରିନାହିଁ। ତେବେ ପୁଲିସ ଜବତ କରିଥିବା କଣ୍ଟେନର୍‌ଟିକୁ ଥାନାରେ ରଖିଛି। ଏହି ଘଟଣାରେ କାହାକୁ ଗିରଫ କରାଯାଇଛି ସେ ସମ୍ପର୍କରେ ମଧ୍ୟ ପୁଲିସ ସୂଚନା ଦେଇନାହିଁ। ତେବେ ଆସନ୍ତା କାଲି ସମ୍ବାଦିକ ସମ୍ମିଳନୀରେ ପୁଲିସ ସବିଶେଷ ତଥ୍ୟ ଦେବ ବୋଲି ଥାନାଧିକା‌ରୀ ସୂଚନା ଦେଇଛନ୍ତି।। ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, କବିସୂର୍ଯ୍ୟନଗର ଥାନାଧିକାରୀ ପ୍ରଭାତ କୁମାର ସାହୁଙ୍କ ନେତୃତ୍ବରେ ପୁଲିସ ଆଜି ସକାଳେ ମିଳିତ ଚଢ଼ଉ କରି ଏହି ଗଞ୍ଜେଇ ଚାଲାଣ କରୁଥିବା କଣ୍ଟେନର୍‌କୁ ଜବତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe